Connect with us

ଅପରାଧ

ସେବାୟତ – ପୋଲିସ୍ ବିବାଦକୁ ସରକାର ଗୁରୁତ୍ୱ ଦେଉଛନ୍ତି : ଆଇନ୍ ମନ୍ତ୍ରୀ

ସାଙ୍କେତିକ

ସେବାୟତ – ପୋଲିସ୍ ବିବାଦକୁ ସରକାର ଗୁରୁତ୍ୱ ଦେଉଛନ୍ତି : ଆଇନ୍ ମନ୍ତ୍ରୀ
ଭୁବନେଶ୍ୱର,୨୮ା୧୨: ପୁରୀ ଶ୍ରୀମନ୍ଦିରରେ ସେବାୟତ ଓ ପୋଲିସ୍ ମଧ୍ୟରେ ବିବାଦ ଯୋଗୁଁ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ତାର ସମାଧାନ ଖୁବ୍ ଶୀଘ୍ର କରାଯିବ । ଅଚଳାବସ୍ଥାକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ଜାରୀ ରହିଛି । ସରକାର ଏହା ଉପରେ ନଜର ରଖିଛନ୍ତି । ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଭକ୍ତମାନେ ଦର୍ଶନ ନକରି ମନ୍ଦିର ବାହାରେ ଅଟକି ରହିବାପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ପୁରୀ ଶ୍ରୀମନ୍ଦିରରେ ସେବାୟତ- ପୋଲିସ ମୁହାଁମୁହିଁ ଘଟଣା ତୀବ୍ରତର ହେବାରେ ଲାଗିଛି । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିଜ ଜିଦରେ ଅଟଳ ଅଛନ୍ତି ସେବାୟତ । ଏପରିକି ଶ୍ରୀମନ୍ଦିରର ଭିତର ଦ୍ୱାରକୁ ବନ୍ଦ କରି ରଖିଛନ୍ତି ।

ଖବର ଲେଖାଯିବା ସୁଦ୍ଧା ଶ୍ରୀମନ୍ଦିର ଦ୍ୱାର ଫିଟି ନଥିବା ବେଳେ ମହାପ୍ରମୂଙ୍କ ନୀତିକାନ୍ତି ମଧ୍ୟ କରାଯାଇନାହିଁ । ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲି ନ ଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ବ୍ୟାରିକେଡ ଭାଙ୍ଗି ଧଶେଇ ପଶିଛନ୍ତି । ଅପରପକ୍ଷରେ ଅଚଳାବସ୍ଥା ଦୂର ପାଇଁ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅ।ଲୋଚନା ବିଫଳ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ