Connect with us

ଅପରାଧ

ସାଂସଦ ଅନୁଭବ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପରେ ଅଣ୍ଡାମାଡ :- ରାବଣ ପୋଡି

ସାଙ୍କେତିକ ଚିତ୍ର

ସାଂସଦ ଅନୁଭବ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପରେ ଅଣ୍ଡାମାଡ :- ରାବଣ ପୋଡି

ଭୁବନେଶ୍ୱର,୨୦।୧୦ ଦାମ ସମର୍ଥକଙ୍କ ଅଣ୍ଡା ମାଡ଼ର ଶିକାର ହେଲେ ଶାସକ ଦଳର ସାଂସଦ ଏବଂ ମନ୍ତ୍ରୀ । ରାବଣ ପୋଡିକୁ ଯାଉଥିବାବେଳେ ଅଣ୍ଡାମାଡ କରି ବିରୋଧ ପ୍ରକଟ କରିଛନ୍ତି ଜଣେ ବ୍ୟକ୍ତି ।

ସୂଚନାନୁସାରେ, ଏରସମାଠାରେ ଏକ ରାବଣ ପୋଡି ସ୍ଥଳକୁ ନିମନ୍ତ୍ରିତ ଅତିଥି ଭାବରେ ଗାଡିରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରଶାନ୍ତ ମୁଦୁଲି ଯାଉଥିବା ସମୟରେ ଅତିଥୀଙ୍କ ଉପରେ ଅଣ୍ଡାମାଡ କରାଯାଇଥିବା ଅଭିଯୋଗ ହୋଇଛି । ଅତିଥୀମାନେ ଏକ ରଥ ସଦୃଶ ଗାଡିରେ ଯାଉଥିବାସମୟରେ ଏହି ଆକ୍ରମଣ ହୋଇଛି । ଏନେଇ ତିର୍ତୋଲ ଏସଡିପିଓ ଶିବ ଚରଣ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ , ଅଣ୍ଡାମାଡ କରିଥିବା ବ୍ୟକ୍ତିକୁ ଏରସମା ଥାନାରେ ଅଟକ ରଖି ତଦନ୍ତ କରୁଛୁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ