Connect with us

ଆଞ୍ଚଳିକ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ସାଙ୍କେତିକ ଚିତ୍ର

ପୁରୀ ୨୦।୧୦: ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ଠାକୁରଙ୍କ ଏହି ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୈନଦିନ ଅନୁଷ୍ଠିତ ହେଉଥିବ । ଚଳିତବର୍ଷ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ ହେବ ।
ଶ୍ରୀମନ୍ଦିରରେ କାର୍ତ୍ତିକ ନୀତିର ପ୍ରଥମ ଦିନ ସେବକମାନେ ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରିଥିଲେ । ଏହି ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ଏଥର ପଞ୍ଚୁକ ୫ ଦିନ ଅର୍ଥାତ୍‌ ନଭେମ୍ବର ୧୯ ତାରିଖରେ ମହାପ୍ରଭୁଙ୍କର ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ, ୨୦ରେ ବାମନ, ୨୧ରେ ତ୍ରିବିକ୍ରମ, ୨୨ରେ ଲକ୍ଷ୍ମୀନୃସିଂହ, ୨୩ରେ ରାଜାଧିରାଜ(ସୁନା ବେଶ ) ବେଶ ଅନୁଷ୍ଠିତ ହେବ ।

କାର୍ତ୍ତିକ ଅମାବାସ୍ୟାଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ମଧ୍ୟରେ ସୋମବାର ପଡ଼ିଲେ ମହାପ୍ରଭୁଙ୍କ ହରିହର ବେଶ ହୋଇଥାଏ ତେଣୁ ଏଥର ନଭେମ୍ବର ୧୨ ତାରିଖ ସୋମବାର ଦିନ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଠାକୁରଙ୍କର ହରିହର ବେଶ ଅନୁଷ୍ଠିତ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ