Connect with us

ଅପରାଧ

ଲୋକାୟୁକ୍ତ ନିଯୁକ୍ତି ନହେବା ପଛର ମାଷ୍ଟର ମାଇଣ୍ଡ୍ ନବୀନ : କଂଗ୍ରେସ

ସାଙ୍କେତିକ ଚିତ୍ର

ଲୋକାୟୁକ୍ତ ନିଯୁକ୍ତି ନହେବା ପଛର ମାଷ୍ଟର ମାଇଣ୍ଡ୍ ନବୀନ : କଂଗ୍ରେସ
ଭୁବନେଶ୍ୱର,୨୫ା୧୦ : ଓଡିଶାରେ ଲୋକାୟୁକ୍ତ ଗଠନ ଓ ନିଯୁକ୍ତିରେ ଅହେତୁକ ବିଳମ୍ବ ପଛର ମାଷ୍ଟର ମାଇଣ୍ଡ୍ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକୟୁକ୍ତ ଆଇନ୍କୁ ନିର୍ବାଚନୀ ଫାଇଦା ପାଇଁ ନବୀନ ବାବୁଙ୍କ ସରକାର ବ୍ୟବହାର କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ ଅଣାଯାଇଛି ।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ଯେ ଗତ ନିର୍ବାଚନ କେଇମାସ ପୂର୍ବରୁ ଓଡିଶାବାସୀଙ୍କ ପାଖରେ ନିଜର ଭାବମୂର୍ତିକୁ ତିଆରି କରିବା ପାଇଁ ୫ ଫେବୃୟାରୀ ୨୦୧୪ରେ ନବୀନ ବାବୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଲୋକାୟୁକ୍ତ ଗଠନ ପାଇଁ ଏକ ନୂତନ ଅଧିନିୟମ ପ୍ରଣୟନ କରିବା ନିମିତ ପ୍ରସ୍ତାବକୁ ଅନୁମୋଦନ କଲେ । ତା’ପରେ ଓଡିଶା ଲୋକାୟୁକ୍ତ ବିଲ୍ – ୨୦୧୪କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଗଲା । ୧୬ ଜାନୁୟାରୀ ୨୦୧୫ ରେରାଷ୍ଟ୍ରପତି ଏହି ବିଲ୍କୁ ଅନୁମୋଦନ କଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଶା କରାଯାଉଥିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଆଇନ୍ ବିଭାଗ ପରେ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଲୋକାୟୁକ୍ତ ବିଲ୍ ଫାଇଲ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ନିଜ ପାଖକୁ ନେଇଗଲା ।

ଆହୁରି ଗୁରୁତ୍ୱର ଅଭିଯୋଗ ହେଲା ଜାନୁଆରୀ ୨୦୧୫ ରୁ ମଇ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୪ ମାସ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନବୀନ ବାବୁଙ୍କ ଦପ୍ତର ଏ ଫାଇଲ୍କୁ ନିଜ ପାଖରେ ରଖିଲେ । ଆଗକୁ ଯେହେତୁ ସାଧାରଣ ନିର୍ବାଚନ, ସେପଟେ ସୁପ୍ରିମକୋର୍ଟଙ୍କ ତାଗିଦ୍କୁ ଦେଖି ତରବରିଆ ଭାବେ ୨୩ ଜୁନ୍ ୨୦୧୮ ରେ ବିଲ୍ର ବ୍ୟବସ୍ଥା ଅନୁଯାୟୀ ତାକୁ ଗେଜେଟ୍ରେ ପ୍ରକାଶ କରାଗଲା ଏବଂ ୭ ଜୁଲାଇ ୨୦୧୮ ରୁ ଏହା କାର୍ଯ୍ୟକାରୀ ହେଲା ବୋଲି କୁହାଗଲା । ଏଥିସହିତ ଲୋକପାଳ ନିଯୁକ୍ତି ପାଇଁ ଉପର ଠାଉରିଆ ଭାବେ ଏକ ସର୍ଚ୍ଚ କମିଟି ଗଠନ କରାଗଲା । ଯାହାର ଅବଧି ଥିଲା ୩ ମାସ । ୩ ମାସ ମଧ୍ୟରେ କିଛି ନକରି ରାଜ୍ୟ ସରକାର ଚୁପ୍ ବସିପଡିଲେ ।

ଏବେ ଆଉ ୩ ମାସ ଅଧିକ ସମୟ ଆବଶ୍ୟକତା ଅଛି ବୋଲି କହି ସୁପ୍ରିମକୋର୍ଟଙ୍କ ଠାରୁ ମହଲତ ମାଗିଲେ । ଯାହାକୁ ଅଦାଲତ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ମତିଗତିକୁ ଭର୍ତ୍ସନା କରିଛନ୍ତି । ଲୋକପାଳ ଗଠନକୁ ବିଳମ୍ବ କରିବା ଏବଂ ନିଯୁକ୍ତିରେ ଟାଳଟୁଳ ନୀତି ଆପଣେଇବା ପଛର ମାଷ୍ଟର ମାଇଣ୍ଡ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଶ୍ରୀ ନାୟକ ଅଭିଯୋଗ ଆଣିଛନ୍ତି । ଏଥିସହିତ ୩ ବର୍ଷ ୪ ମାସ ଧରି ଫାଇଲ୍କୁ ଯେଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କାହିଁକି ଚାପି ରଖିଲେ ଓଡିଶାବାସୀଙ୍କ ସମ୍ମୁଖରେ ତାହାର ଜବାବ ରଖନ୍ତୁ ବୋଲି ଶ୍ରୀ ନାୟକ ଆହ୍ୱାନ ଜଣାଇଛନ୍ତିି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ