Connect with us

ଓଡିଶା

କାର୍ତ୍ତିକ ହବିଷ୍ୟାଳୀ ବ୍ରତ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

କାର୍ତ୍ତିକ ହବିଷ୍ୟାଳୀ ବ୍ରତ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୧୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ଚଳିତ ବର୍ଷର କାର୍ତିକ ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପୁରୀଠାରେ ସମବେତ ହବିଷ୍ୟାଳୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ତିକ ବ୍ରତ ପାଇଁ ପୁରୀ ଠାରେ ହବିଷ୍ୟାଳୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା କରାଯାଇଛି ।

ହବିଷ୍ୟାଳୀମାନଙ୍କ ରହଣୀ , ମହାପ୍ରଭୂଙ୍କ ଦର୍ଶନ , ପ୍ରବଚନ , ଚିକିତ୍ସା ଏବଂ ମହାପ୍ରସାଦ ସେବନ ପାଇଁ ପୁରୀ ଠାରେ ସୁବନ୍ଦୋବସ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କ ଯତ୍ନ ନିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସବୁ ଭଲ କାମ ସହିତ ମହାପ୍ରଭୂଙ୍କ ଆଶୀର୍ବାଦ ରହିଛି । ତେଣୁ ଆପଣମାନେ ଶାନ୍ତିରେ ବ୍ରତ କରନ୍ତୁ ଓ ପୂଣ୍ୟ ଲାଭ କରନ୍ତୁ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୋଟ ୨୬୦୦ ହବିଷ୍ୟାଳୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତା ହେବା ସମୟରେ ହବିଷ୍ୟାଳୀମାନେ ସନ୍ତୋଷ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ

ଭୁବନେଶ୍ୱର ଠାରେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିବାବେଳେ ପୁରୀ ଠାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି , କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଜିଲ୍ଲାର ଅନ୍ୟାନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା