Connect with us

ଦେଶ

ରାଜନୀତିରେ ସାମିଲ ହେଲେ ପ୍ରଶାନ୍ତ କିଶୋର l

ରାଜନୀତିରେ ସାମିଲ ହେଲେ ପ୍ରଶାନ୍ତ କିଶୋର l

ରାଜନୀତିରେ ସାମିଲ ହେଲେ ପ୍ରଶାନ୍ତ କିଶୋର
ପାଟନା,୧୬ା୯ : ନିର୍ବାଚନ ରଣନୀତିରେ ଧୁରୀଣ ପ୍ରଶାନ୍ତ କିଶୋର ରାଜନୀତିରେ ଯୋଗ ଦେଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ଏହି ବ୍ୟକ୍ତି ୨୦୧୯ରେ କେଉଁ ଦଳ ପାଇଁ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର କିଛିଦିନ ପୂର୍ବେ ପ୍ରଶାନ୍ତ କିଶୋର ଆଗାମୀ ନିର୍ବାଚନରେ କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର ଦାୟିତ୍ୱ ନେବେ ନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେବା ସହ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ ।

ନୀତିଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ସାମିଲ ହେବା ସହ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋର ୨୦୧୪ରେ ମୋଦି ପ୍ରବାହ, ୨୦୧୫ରେ ବିହାର ମହାମେଣ୍ଟ ଓ ୨୦୧୭ରେ ଉତ୍ତରପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ୨୦୧୪ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ନିର୍ବାଚନ ରଣନୀତି ବିଜେପିକୁ ଜିତାଇବାରେ ସଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରଶାନ୍ତ କିଶୋର ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ମଧ୍ୟରେ ମତଭେଦ ଦୃଶ୍ୟମାନ ହୋଇଥିଲା । ଅବଶ୍ୟ ଏହାକୁ ପ୍ରଶାନ୍ତ କିଶୋର ଖଣ୍ଡନ କରିଥିଲେ ।

୨୦୧୫ରେ ବିହାର ବିଧାନସଭା ନିର୍ବାଚନ ସମୟରେ ନୀତିଶଙ୍କ ରାଜନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ସହ ନୀତିଶଙ୍କ ବାସଭବନରେ ରହୁଥିଲେ । ଏପରିକି ନୀତିଶଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଦର୍ଜି ପ୍ରଶାନ୍ତଙ୍କ ପାଇଁ ୭ ହଳ କୁର୍ତ୍ତା ସିଲେଇ କରିବା ଘଟଣା ସେ ସମୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । ୨୦୧୫ରେ ବିହାରର ମହାମେଣ୍ଟ ପ୍ରଶାନ୍ତ କିଶୋରଙ୍କ ମାନସ ସନ୍ତାନ ବୋଲି ରାଜନୈତିକ ବିଶେଷଜ୍ଞମାନେ କୁହନ୍ତି ।

ପରବର୍ତ୍ତୀ ସମୟରେ ପ୍ରଶାନ୍ତ କିଶୋର ପଞ୍ଜାବ ଓ ୟୁପିରେ କଂଗ୍ରେସର ପ୍ରଚାର ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ନୀତିଶଙ୍କ ସହ ତାଙ୍କ ସମ୍ପର୍କ ନିବିଡ ଥିଲା । ଏହାକୁ ଦୃଷ୍ଟିରେ ରଖି ନୀତିଶଙ୍କ ବିଶ୍ୱାସ ପ୍ରଶାନ୍ତଙ୍କ ଉପରେ ଅତୁଟ ରହିଛି କହିବା ଭୁଲ ହେବନାହିଁ ।

ଆଜିର କାର୍ଯ୍ୟକାରିଣୀ ବୈଠକରେ ନୀତିଶ ପ୍ରଶାନ୍ତଙ୍କୁ ଦଳର ଭବିଷ୍ୟତ ବୋଲି ସମ୍ବୋଧିତ କରିଛନ୍ତି l ଆଗାମୀ ଦିନରେ ଦଳ ପ୍ରଶାନ୍ତ ପଥରେ ଚାଲିବାର ସମ୍ଭାବାନାକୁ ଦୃଢ଼ୀଭୂତ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ