Connect with us

ଦେଶ

ଜେଏନୟୁରେ ପୁଣି ଲାଲ ସଲାମ l

ଜେଏନୟୁରେ ପୁଣି ଲାଲ ସଲାମ

ଜେଏନୟୁରେ ପୁଣି ଲାଲ ସଲାମ
ସମସ୍ତ ସିଟରେ ବାମ ସଂଗଠନ ବିଜୟୀ
ନୂଆଦିଲ୍ଲୀ,୧୬ା୯ : ଦେଶର ପ୍ରତିଷ୍ଠିତ ଜବାହାର ଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂଘ ନିର୍ବାଚନ ୨୦୧୮ରେ ପୁଣିଥରେ ବାମ ସଂଗଠନ ନିଜର ବିଜୟ ଧ୍ୱଜା ଉଡାଇଛି । ନିର୍ବାଚନୀ ଫଳାଫଳ ମୁତାବକ ସମସ୍ତ ସିଟରେ ଲେଫ୍ଟ ବିଜୟୀ ହୋଇଛି । ଏଥର ନିର୍ବାଚନରେ ସମସ୍ତ ସିଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦ୍ୱିତୀୟ ସ୍ଥାନରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଜେଏନୟୁରେ ଛାତ୍ର ସଂଘ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଜେଏନ୍ୟୁ ଛାତ୍ର ସଂସଘର ଅଧ୍ୟକ୍ଷ ପଦରେ ଲେଫ୍ଟର ପ୍ରାର୍ଥୀ ଏନ୍.ସାଇ ବାଲାଜୀ ବିଜୟୀ ହୋଇଛନ୍ତି । ଉପାଧ୍ୟକ୍ଷ ପଦରେ ଲେଫ୍ଟର ସାରିକା ଚୌଧୁରୀ, ମହାସଚିବ ପଦରେ ଲେଫ୍ଟର ଏଜାଜ ଅହମ୍ମଦ ଓ ଯୁଗ୍ମ ସଚିବ ପଦରେ ମଧ୍ୟ ଲେଫ୍ଟର ପ୍ରାର୍ଥୀ ଅମୁଥା ଜୟଜୀପ ବିଜୟୀ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବାମ ସମର୍ଥିତ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ (ଆଇସା), ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସ୍ଏଫ୍ଆଇ), ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ ଫେଡେରେସନ (ଡିଏସ୍ଏଫ୍) ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ (ଏଆଇଏସ୍ଏଫ୍) ଏଥର ‘ଲେଫ୍ଟ ୟୁନିଟ୍’ ମେଣ୍ଟ ଆଧାରରେ ନିର୍ବାଚନ ଲଢ଼ିଥିଲା । ବାମପନ୍ଥୀ ଛାତ୍ର ସଂଗଠନ ବ୍ୟତୀତ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନ (ଏନ୍ଏସ୍ୟୁଆଇ) ଓ ବିସ୍ରା-ଆମ୍ବେଦକର-ଫୁଲେ ଷ୍ଟୁଡେଣ୍ଟ ଆସୋସିଏସନ୍ (ବାପସା)ର ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ମଇଦାନରେ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ