Connect with us

ଅପରାଧ

ଯୁବତୀଙ୍କୁ କାରରେ ଦୁଷ୍କର୍ମ ଅଭିଯୋଗ ,ଅଭିଯୁକ୍ତ ଜୟପାଟଣା ଥାନାରେ ଅଟକ

ସାଙ୍କେତିକ

ଯୁବତୀଙ୍କୁ କାରରେ ଦୁଷ୍କର୍ମ ଅଭିଯୋଗ ,ଅଭିଯୁକ୍ତ ଜୟପାଟଣା ଥାନାରେ ଅଟକ
ଜୟପାଟଣା, ୨୨ ଅକ୍ଟୋବର- ଜୟପାଟଣା ବ୍ଳକ୍ ଅନ୍ତର୍ଗତ ସାନପୁଝାରୀଗୁଡ଼ା ଗ୍ରାମର ଏକ ଯୁବତୀକୁ କାରରେ ଦୁଷ୍କର୍ମ କରାଯାଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି ।ଦଦ୍ଭ ସୂଚନା ଅନୁସାରେ ଜୟପାଟଣା ବ୍ଳକ୍ ଅନ୍ତର୍ଗତ ସର୍ଗିଗୁଡ଼ା ପଂଚାୟତର ସାନପୁଝାରୀଗୁଡ଼ା ଗ୍ରାମର ଏକ ଯୁବତୀ ଭୁବନେଶ୍ୱର ସ୍ଥିତ ଚେତନା କଲେଜରେ ସି.ଟି. ପଢୁଥିଲା ଏବଂ ଅକ୍ଟୋବର ୪ ତାରିଖ ଦିନ ସନ୍ଧ୍ୟାରେ ଚକାଡ଼ୋଳା ବସରେ ଆସି ୫ ତାରିଖ ସକାଳ ୫ଟାରେ ଭବାନୀପାଟଣାରେ ପହଂଚିଥିଲେ ।

ସେ ଜୟପାଟଣା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ଛତାବାନ୍ଧୁଗୁଡ଼ା ଗ୍ରାମର ସୁଶାନ୍ତ ନାଏକ(୨୫) ସହ ଏକ କାରରେ ଜୟପାଟଣା ଆସୁଥିବାବେଳେ ଅଜଣା ରାସ୍ତାରେ କାରରେ ସୁଶାନ୍ତ ନାଏକ ଯୁବତୀକୁ ଦୁଷ୍କର୍ମ କରିଥିବା ନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯୁବତୀଙ୍କ ଏତଲାକୁ ଭିତିକରି ଜୟପାଟଣା ଥାନା କେଶ ନଂ. ୨୬୯ ଦଫା ୩୭୬ରେ ମାମଲା ରୁଜୁ କରି ସୁଶାନ୍ତକୁ ଅଟକ ରଖାଯାଇଛି ।

ଅପରପକ୍ଷରେ ସୁଶାନ୍ତର ଅଭିଯୋଗ କରିଥିବା ଯୁବତୀ ସହ ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କ ତଥା ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ଥିବା ଭାଇରାଲ ଫଟୋରୁ ଜଣାପଡ଼ିଛି । ସୁଶାନ୍ତ ଅଭିଯୋଗ କରିଥିବା ଯୁବତୀ ସହ ଦୀର୍ଘ ସାତ ବର୍ଷର ପ୍ରେମ ସମ୍ପର୍କ ଥିଲା ଏବଂ ୫ ତାରିଖ ଦିନ ଯୁବତୀ ଜଣକ ସୁଶାନ୍ତ ଘରେ ମଧ୍ୟାହ୍ନ ଭୋଜନ ପରେ ଦିନ ୩ଟା ବେଳେ ଯୁବତୀ ଜଣକ ମୁଖିଗୁଡ଼ାରେ ରହି ୮ ତାରିଖ ଦିନ ନିଜ ଗାଁକୁ ଯାଇଥିଲା ଏବଂ ଆଜି ଜୟପାଟଣା ଥାନାରେ ଯୁବତୀ କେଶ କରିବା ନେଇ ଘଟଣାର ସତ୍ୟତା ନଥିବା ସୁଶାନ୍ତ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛି ।

ଏହି ଘଟଣାର ଉଚିତ ତଦନ୍ତ ହେଲେ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ