Connect with us

ଦେଶ

ମୋଦି ଓ ମାକ୍ରନଙ୍କୁ ‘ଚାମ୍ପିଅନ୍ ଅଫ୍ ଦି ଆର୍ଥ’ ସମ୍ମାନ

ସାଙ୍କେତିକ ଚିତ୍ର

ମୋଦି ଓ ମାକ୍ରନଙ୍କୁ ‘ଚାମ୍ପିଅନ୍ ଅଫ୍ ଦି ଆର୍ଥ’ ସମ୍ମାନ
ନୂଆଦିଲ୍ଲୀ,୨ା୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ‘ଚାମ୍ପିଅନ୍ ଅଫ୍ ଦି ଆର୍ଥ’ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଜାତସିଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ୍ ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରିବେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତର ମୁକାବିଲା ଓ ନିରନ୍ତର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ବିଶେଷକରି ସୌର ଶକ୍ତିର ବ୍ୟବହାର ଓ ଆନ୍ତର୍ଜାତୀୟ ସୌର ମେଣ୍ଟ ସମ୍ମିଳନୀ ଆୟୋଜନ କ୍ଷେତ୍ରରେ ଏହି ଦୁଇ ଶୀର୍ଷ ନେତାଙ୍କ ପ୍ରଶଂସନୀୟ ଉଦ୍ୟମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ଗସ୍ତରେ ଥିବା ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ୍ ଆସନ୍ତାକାଲି ନୂଆଦିଲ୍ଲରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରରେ ଶ୍ରୀ ମୋଦି ଓ ମାକ୍ରନ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ