Connect with us

ଓଡିଶା

ଗୃହ କମିଟି ବୈଠକ ଅଧାରୁ ଉଠିଆସିଲେ ବିଜେପି ବିଧାୟକ

ସାଙ୍କେତିକ

ଗୃହ କମିଟି ବୈଠକ ଅଧାରୁ ଉଠିଆସିଲେ ବିଜେପି ବିଧାୟକ
– ଅଧିକାରୀମାନେ ଅପମାନିତ କରିଥିବା ଅଭିଯୋଗ
ଭୁବନେଶ୍ୱର, ୧୦ ଫେବୃଆରୀ – ଓଡ଼ିଶା ବିଧାନସଭା ପରିସରରେ ସୋମବାର ରେଲୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଚାଲିଥିବା ବେଳେ ଅଧିକାରୀମାନେ ଅପମାନିତ କରିଥିବା ଅଭିଯୋଗ ଆଣି ବୈଠକ ଅଧାରୁ ଉଠି ଆସିଥିଲେ ବିଜେପି ବିଧାୟକ ମୋହନ ମାଝୀ । ସରକାରୀ ଅଧିକାରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନିତ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସାମିଲ ହେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ବିଧାୟକ ଶ୍ରୀ ମାଝୀ କହିଛନ୍ତି ଯେ ଗୃହ କମିଟି ବୈଠକରେ ରେଲୱେ ବଜେଟ୍ ସଂପର୍କରେ ମୁଁ ସରକାରୀ ଅଧିକାରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲି । ସେମାନେ ମୋ ପ୍ରଶ୍ନରେ ଉତର ଦେବେ ନାହିଁ ବୋଲି କହିଥିଲେ । ବାଚସ୍ପତିଙ୍କ ପ୍ରଶ୍ନରେ ଉତର ଦେବୁ ବୋଲି କହିଥିଲେ ।
ସୂଚନାଯୋଗ୍ୟ,ସୋମବାର ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରେଲୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାକୁ ମିଳିଥିବା ରେଲୱେ ଅନୁଦାନ ନେଇ ବୈଠକରେ ଆଲୋଚନା ଚାଲିଛି । ସମୀକ୍ଷା ପରେ କାଲି କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଗୃହ କମିଟି ଭେଟିବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା