Connect with us

ଅପରାଧ

ମାଓ ହମଲାରେ ପ୍ରାଣ ହରାଇଥିବା ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

ସାଙ୍କେତିକ ଚିତ୍ର

ମାଓ ହମଲାରେ ପ୍ରାଣ ହରାଇଥିବା ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ
ଭୁବନେଶ୍ୱର :- ଗତକାଲି ଛତିଶଗଡର ଦାନ୍ତେୱାଡାରେ ମାଓବାଦୀଙ୍କ ହମଲାରେ ପ୍ରାଣ ହରାଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ପୈତୃକ ଗାଁ ବଲାଙ୍ଗୀରର ଲୋଇସିଂହା ଘୁଷୁରମୁଣ୍ଡାରେ ଶୋକାକୂଳ ପରିବେଶ ମଧ୍ୟରେ ସଂସ୍କାର କରାଯାଇଛି ।
ବୁଧବାର ଅଚ୍ୟୁତାନନ୍ଦଙ୍କ ମରଶରୀର ଗାଁରେ ପହଁଚିବା ପରେ ଅମର ରହେ ଅଚ୍ୟୁତ ଧ୍ୱନିରେ ଗାଁ କମ୍ପିଥିଲା ।

ଗତକାଲି ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଏହି ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ