Connect with us

ଅପରାଧ

ବୋର୍ଡ଼ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସାଙ୍କେତିକ

ବୋର୍ଡ଼ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ପୋଡିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ୨ ବାଇକ୍
ସମ୍ବଲପୁର,୧୯ା୧୨ : ଆଜି ଅପରାହ୍ନରେ ସମ୍ବଲପୁର ଜେଲ୍ ରୋଡ ସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟରେ କେତେକ ଦୁର୍ବୃତ ଧଶେଇ ପଶିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ । ଫଳରେ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ଦୁଇଟି ବାଇକ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିଲା ।

ଆଜି ଥିଲା ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖ । ସେଥିପାଇଁ ସମସ୍ତ କର୍ମଚାରୀ ଅଫିସ୍ ରେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଥିଲେ । ଅପରାହ୍ନ ପ୍ରାୟ ୨ଟା ସମୟରେ ୭ରୁ ୮ ଜଣ ଦୁର୍ବୃତ କାର୍ଯ୍ୟାଳୟ ମଧ୍ୟକୁ ଧଶେଇ ପଶିବା ସହ କର୍ମଚାରୀମାନଙ୍କୁ ଅଫିସରୁ ବାହାରକୁ ବାହାରିଯିବାକୁ ବିଭିନ୍ନ ଧମକ ଚମକ ଦେଇଥିଲେ । ଭୟଭିତ ହୋଇ କର୍ମଚାରୀମାନେ ବାହାରକୁ ବାହାରି ଆସିଥିଲେ । ଏହି ସମୟରେ ସେମାନେ କାର୍ଯ୍ୟାଳୟରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଫଳରେ ଅଫିସର ସମସ୍ତ କାଗଜପତ୍ର ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ଦୁଇଟି ବାଇକ୍ ପୋଡି ନଷ୍ଟ ହୋଇଛି ।

ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ବୋର୍ଡ଼ର ଡେପୁଟୀ ସେକ୍ରେଟାରୀ ସୂର୍ଯ୍ୟମଣି ମାଝିଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ