Connect with us

ଓଡିଶା

ଜାନୁଆରୀରୁ ଝାରସୁଗୁଡାରୁ ପୁଣି ଉଡିବ ବିମାନ

ସାଙ୍କେତିକ

ଜାନୁଆରୀରୁ ଝାରସୁଗୁଡାରୁ ପୁଣି ଉଡିବ ବିମାନ
ଭୁବନେଶ୍ୱର,୧୮ା୧୨ : ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସିଡ୍ୟୁଲ୍ ବିମାନ ଉଡ଼ାଣ ଆରମ୍ଭ ହେବ । ଚଳିତ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା ପରେ ଉଡ଼ାଣ ତାରିଖ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ୍ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କୋଲକାତା, ରାୟପୁର ଓ ହାଇଦ୍ରାବାଦ ତଥା ଭୁବନେଶ୍ୱର ପାଇଁ ଯାତ୍ରୀଙ୍କ ଆଗ୍ରହ ରହିଛି । ବର୍ତମାନ ସୁଦ୍ଧା ତିନୋଟି ବିମାନସେବା ପ୍ରଦାନକାରୀ ସଂସ୍ଥା ସିଡ୍ୟୁଲ୍ ଏବଂ ବୋଇଂ ବିମାନ ଉଡ଼ାଣ ପାଇଁ ଟେଣ୍ଡର ପକାଇଛନ୍ତି । ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ଉଡ଼ାଣ ଅ।ରମ୍ଭ ହେବ । ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ଥିବା ଗଭର୍ନମେଣ୍ଟ ଅ।ଭିଏସନ୍ ଅ।ଣ୍ଡ ଟ୍ରେନିଂ ଇନିସଟ୍ୱିଚୁଟ , “ଗତି’ ରେ ଉଡ଼ାଣ ପାଇଁ ସେଭଳି ସୁବିଧା ମିଳୁନାହିଁ । କାରଣ ଭୁବନେଶ୍ୱର ବିମାନବନ୍ଦରରେ ଟ୍ରେନିଂ ଫ୍ଲାଇଟ୍ ଉଡ଼ାଣ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଝାରସୁଗୁଡ଼ାରେ “ଗତି’ର ଏକ ସାଟେଲାଇଟ୍ କରିବାକୁ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଅ। ଅନୁମତି ପ୍ରଦାନ କରିଛନ୍ତି ।

ଖୁବ୍ ଶୀଘ୍ର ସେଠାରେ “ଗତି’ର ଟ୍ରେନିଂ ଫ୍ଲାଇଟ୍ ଉଡ଼ାଣ ଅ।ରମ୍ଭ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପଣ କରିଥିଲେ । ଉଡ଼ାନ୍ ଯୋଜନାରେ ଏଠାରୁ ବିମାନସେବା ଅ।ରମ୍ଭ ହୋଇଥିଲେ ହେଁ ଏୟାର ଓଡ଼ିଶା ନିୟମିତ ନ ଉଡ଼ାଇବା ଯୋଗୁ ପୁଣି ଥରେ ଟେଣ୍ଡର ଅ।ହ୍ୱାନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା