Connect with us

ଅପରାଧ

ବିଶୃଙ୍ଖଳା ସୃଷ୍ଟିକରିବା ପାଇଁ ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲଗାଇ ଦେଲେ l

ବିଶୃଙ୍ଖଳା ସୃଷ୍ଟିକରିବା ପାଇଁ ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲଗାଇ ଦେଲେ l

ପୁରୀ:- କିଛି ଖଳ ପ୍ରକୃତିର ଲୋକ ଶ୍ରୀମନ୍ଦିରରେ ବିଶୃଙ୍ଖଳା ସୃଷ୍ଟିକରିବା ପାଇଁ ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲଗାଇ ଦେଇଥିଲେ । ଏହି ତାଲିକା ତଳେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନ ଲେଖାଯାଇଥିବାରୁ ଏହା ମନ୍ଦିର ପ୍ରଶାସନ ଦ୍ୱାରା ଲଗାଯାଇଥିବା ବିଶ୍ୱାସ କରାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ଏହାକୁ ଖଣ୍ଡନ କରିଥିଲେ ।

ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କୌଣସି ଅବଢ଼ା ଦର ତାଲିକା ଲାଗିନାହିଁ । ଯଦି ବି ଏହା ଲାଗିଥାଏ ତେବେ ଏହାକୁ କାଢ଼ି ଦିଆଯିବ ବୋଲି ସେ କହିଥିଲେ । ତେବେ ମୁଖ୍ୟ ପ୍ରଶାସକ ଜାଣି ନ ଥିବା ବେଳେ କିପରି ଆନନ୍ଦବଜାରରେ ମହାପ୍ରସାଦର ଦର ତାଲିକା ଲାଗିଲା ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେତେକ ବୁଦ୍ଧିଜୀବୀ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଶ୍ରୀମନ୍ଦିର ପ୍ରଶାସନ, ଜଗଦଗୁୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବାରୁ, ଏହାକୁ ଭଣ୍ଡୁର କିମ୍ବା ବାଧା ସୃଷ୍ଟି କରିବା ଉଦେଶ୍ୟରେ ଆନନ୍ଦବଜାରରେ ଅବଢ଼ା ମୂଲ୍ୟ ଦର ତାଲିକା ମରାଯାଈ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ