Connect with us

ଆଞ୍ଚଳିକ

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ସାଙ୍କେତିକ

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ
– ୪ ଲୋକସଭା , ୨୮ ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ
– ମତଦାନ ସାବ୍ୟସ୍ତ କରିବେ ୬୦ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର
ଭୁବନେଶ୍ୱର, ୧୦ ଅପ୍ରେଲ – ଗୁରୁବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ଚାରିଗୋଟି ଲୋକସଭା ଆସନ ଯଥା- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧୀନସ୍ଥ ୨୮ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ସାନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବୟ ତେବେ ନକ୍ସଲ ଉପଦ୍ରୁତ ଅଂଚଳରେ ସକାଳ ୭ଟାରୁ ଅପରାହ୍ନ ୩ଟା, ୪ଟା ଓ ୫ଟା ମଧ୍ୟରେ ଭୋଟ ଗ୍ରହଣ ହେବ । ସେପଟେ ମତଦାନର ଦେଢ ଘଂଟା ପୂର୍ବରୁ ମକ୍ ପୋଲିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍ରେ ୨୯୭୨୯୨୫ ପୁରୁଷ ଭୋଟର, ୩୦୩୦୨୨୨ ମହିଳା ଭୋଟର ଓ ୫୬୦ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ସେମାନଙ୍କର ମତଦାନ କରିବେ । ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୨ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରେ ୧୭୫ ଜଣ ପୁରୁଷ ଓ ୧୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।
କୋରାପୁଟ ଓ ମାଲକାନଗିରିରେ ସୀମା ସିଲ୍ ସହିତ ସମସ୍ତ ବୁଥରେ ପୋଲିସ ମୁତୟନ ବ୍ୟବସ୍ଥା ହୋଇଛି ।
ସେହିପରି ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତୀ ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜ ନିଜ ବୁଥରେ ପୁଲିଂ ଦଳ ପହଂଚି ସାରିଛନ୍ତି । ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଂଚ କରାଯିବ ।
ଗୁରୁବାର କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନ ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ମତଦାନ କରାଯିବ । ସେହିପରି ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ମଧ୍ୟ ଗୁରୁବାର ଦିନ ମତଦାନ ଅନୁଷ୍ଠିତ ହେବ । ସେହିପରି କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ ।
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭ ହଜାର ୨୩୩ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ୨ ହଜାର ୩୭୫ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ୩୦ଟି ମହିଳା ବୁଥ୍ ଖୋଲାଯାଇଛି । ଏହି ମହିଳା ବୁଥରେ କେବଳ ମହିଳା କର୍ମ·ରୀମାନେ ବୁଥ୍ ପରି·ଳନା କରିବେ । ଭୋଟ ସାମଗ୍ରୀ ନେବା ପାଇଁ ୮ ହଜାର ୮୭୭ଟି ଯାନବାହାନ ନିୟୋଜିତ କରାଯାଇଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୩ ହଜାର ୩୦୭ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ନାମ ପଞ୍ଜିକରଣ କରାଯାଇଛି । ସେମାନେ କିଭଳି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ ହଜାର୯୮୮ ବୁଥରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲଚେୟାରର ବ୍ୟବସ୍ଥା କରାଯାଇଛି । ୫ ହଜାର ୫୧ ପୋଲିଂ ଷ୍ଟେସନକୁ ବ୍ରେଲି ଡମି ବାଲାଟ୍ ପେପର୍ ପଠାଯାଇଛି । ଦିବ୍ୟାଙ୍କ ଭୋଟରଙ୍କୁ ସହାୟତା କରିବା ସକାଶେ ୧୨ ହଜାର ୧୬୨ ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କୁ ନେବାଆଣିବା କରିବା ପାଇଁ ୨ହଜାର ୬୧୭ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି ।
ନକ୍ସଲ ପ୍ରଭାବିତ ଅଂଚଳରେ ବ୍ୟବହାର ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨ଟି ଏମ୍ଆଇ ୧୭ ହେଲିକପ୍ଟର ଯୋଗାଇ ଦିଆଯାଇଛି । ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସଶସ୍ତ୍ର ପୁଲିସ୍ ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । ସବୁ ବୁଥରେ ସିସିଟିଭି ଲଗାଯିବା ସହ ୱେବ କାଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହ ମାଇକ୍ରୋ ଅବଜରଭରମାନଙ୍କୁ ମତଦାନ ତଦାରଖ କରିବା ପାଇଁ ନିୟୋଜିତ କରାଯାଇଛି ।
ତେବେ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୨ଟିରେ ସମୟ କଟକଣା ଲାଗିଛି । ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ଅନ୍ୟ ୬ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ