Connect with us

ଦେଶ

ବହୁ ବର୍ଷ ପରେ ପଞ୍ଜାବରେ ଆତଙ୍କବାଦୀଙ୍କ ପଦଧ୍ୱନି

ANI

ବହୁ ବର୍ଷ ପରେ ପଞ୍ଜାବରେ ଆତଙ୍କବାଦୀଙ୍କ ପଦଧ୍ୱନି
ହାଣ୍ଡଗ୍ରେନେଡ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ ଓ ୧୧ଜଣ ଗୁରୁତର
ନୂଆଦିଲ୍ଲୀ : ଅମୃତସରରେ ଥିବା ନିରଙ୍କାରୀ ଭବନରେ ଆତଙ୍କବାଦୀମାନେ ହାଣ୍ଡଗ୍ରେନେଡ ଦ୍ୱାରା ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ତିନିଜଣଙ୍କ ମୃତ୍ୟୁ ହେବା ସହିତ ୧୧ଜଣ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନର ଆଇଏସଆଇ ପୁଣିଥରେ ଖଲିସ୍ତାନି ଆତଙ୍କବାଦକୁ ପୁନଃ ଉଦ୍ୟମ କରୁଥିବା ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇସାରିଥିବା ବେଳେ ଆଜି ପଞ୍ଜାବରେ ଆତଙ୍କବାଦୀ ଘଟଣା ହେବା ପରେ ଭାରତ ସରକାରଙ୍କ ପାଇଁ ଚିନ୍ତା ବଢାଇଦେଇଛି ।

ପଞ୍ଜାବ ପୋଲିସ ଆଇଜି ଏସଏସ ପରମାରଙ୍କ ଅନୁସାରେ ଦୁଇଜଣ ଆତଙ୍କବାଦୀ ଏକ ମୋଟରସାଇକେଲ ଯୋଗେ ଆସି ନିରଙ୍କାରୀ ଭବନ ଉପରକୁ ଗ୍ରେନେଡ଼ ମାଡ଼ କରିବାପରେ ଫେରାର ହୋଇଯାଇଥିଲେ । ସେମାନେ ପାଖରେ ପିସ୍ତଲ ରଖିଥିଲେ । ସେମାନଙ୍କୁ ଠାବକରୀ ଧରିବାକୁ ସବୁପ୍ରକାର ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟଯେ , ପଞ୍ଜାବରେ ପୁଣିଥରେ ଖଲିସ୍ତାନୀ ଆନ୍ଦୋଳନକୁ ଜୀବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏକ ବାହ୍ୟଶକ୍ତି ଏ ନେଇ ସବୁପ୍ରକାରର ସୁବିଧାସୁଯୋଗ ଯୋଗାଇଦେଉଛି ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ କିଛି ଦିନ ତଳେ କହିଥିଲେ ଯାହା ଏବେ ସତ୍ୟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ