Connect with us

ଦେଶ

ପୁଅର ଦୋଷ ପ୍ରମାଣିତ ହେଲେ ରାଜନୀତିରୁ ସନ୍ୟାସ ନେବି :- ଭକ୍ତ ଦାସ

ସାଙ୍କେତିକ ଚିତ୍ର

ପୁଅର ଦୋଷ ପ୍ରମାଣିତ ହେଲେ ରାଜନୀତିରୁ ସନ୍ୟାସ ନେବି :- ଭକ୍ତ ଦାସ

ହାଇଦ୍ରାବାଦ:- ଭକ୍ତ ଦାସଙ୍କ ପୁଅ ଟିକେଟ୍‌ କରାଇଦେବା ପାଇଁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିବାପରେ କଂଗ୍ରେସ ନେତା ଭକ୍ତ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ଭକ୍ତ ଦାସ ତାଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର କରାଯାଇଛି ବୋଲି ପ୍ରକାଶ କରିବାସହ ଏହି ବିଷୟରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେ ଦମ୍ଭୋକ୍ତି ପ୍ରକାଶକରି କହିଛନ୍ତିଯେ , ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ । ଆଉ ଯଦି ମିଥ୍ୟା ବୋଲି ପ୍ରମାଣ ମିଳେ ତେବେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାପାଇଁ ଦୃଢ ଦାବି କରିବେ ।

ପ୍ରକାଶିତ ଖବର ଅନୁସାରେ ,ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଥିବା ଭକ୍ତ ଦାସଙ୍କ ପୁଅ ସାଗର ଦାସଙ୍କ ବିରୋଧରେ ଟିକଟ ବଦଳରେ ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଛି । ରଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି ତାଙ୍କ ବିରୁଦ୍ଧରେ ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି । ଟିକେଟ ଆଶାୟୀ ଥିବା ରଙ୍ଗାରେଡ୍ଡି ଜିଲ୍ଲା ସଭାପତି କେ. ମାଲେଶି, ଏକ ସାମ୍ବାଦିକ ସମ୍ମିଳନୀ କରି ସାଗରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ରଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଇବ୍ରାହିମ ପଟ୍ଟନମ୍‌ ଆସନରୁ ଟିକେଟ ଆଶାୟୀ ଥିଲେ ଜିଲ୍ଲା କଂଗ୍ରେସ ସଭାପତି କ୍ୟାମା ମାଲେଶ, ହେଲେ ଏଥିପାଇଁ ତାଙ୍କ ଠାରୁ ଦଳ ୩ କୋଟି ଟଙ୍କା ଦାବି କରିଥିଲା । ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଭକ୍ତ ଦାସଙ୍କ ପୁଅ ସାଗର ଦାସ ଏଥିପାଇଁ ମଧ୍ୟସ୍ଥି ସାଜିଥିବା ଅଭିଯୋଗ କରିଛନ୍ତି ମାଲେଶ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ