Connect with us

ଦେଶ

ବନ୍ଧନ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କର ବଡ଼ କାର୍ଯ୍ୟାନୁଷ୍ଠାନ

ସାଙ୍କେତିକ ଚିତ୍ର

ମୁମ୍ବାଇ : ବନ୍ଧନ ବ୍ୟାଙ୍କର ମନମୁଖି କାର୍ଯ୍ୟ ଓ ରିଜର୍ଭ ବ୍ୟାଙ୍କର ନିୟମାବଳୀକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବାରୁ ବିନା ଅନୁମତିରେ କୌଣସି ନୂଆ ଶାଖା ନ ଖୋଲିବାକୁ ରିଜର୍ଭ ବ୍ୟାଙ୍କ ବନ୍ଧନ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଏହି ବ୍ୟାଙ୍କର ସିଇଓଙ୍କ ଦରମାକୁ ମଧ୍ୟ ବର୍ତ୍ତମାନର ସ୍ତରରେ ସ୍ଥିର କରିଦେଇଛି । ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଏହି ବ୍ୟାଙ୍କରେ ପ୍ରମୋଟର କମ୍ପାନିର ଅଂଶଧନ ୪୦ ପ୍ରତିଶତରୁ କମ ରହିବା ଆବଶ୍ୟକ । କିନ୍ତୁ ବାରମ୍ବାର ଚେତାବନୀ ସତ୍ତ୍ୱେ ବନ୍ଧନ ବ୍ୟାଙ୍କ ଏହା କରୁନଥିବାରୁ ବାଧ୍ୟ ହୋଇ ରିଜର୍ଭ ବ୍ୟାଙ୍କ ଏହି କଡ଼ା ପଦକ୍ଷେପ ନେଇଛି । ୨୦୧୫ରେ ଏହି ବ୍ୟାଙ୍କ କାର୍ଯ୍ୟାରମ୍ଭ କରିଥିଲା । ଏହି ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କର ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ