Connect with us

ଦେଶ

ଜିଏସଟି ଲାଗୁ ପରେ ରାଜସ୍ୱ କ୍ଷତି କମିଛି : ଅର୍ଥମନ୍ତ୍ରୀ

ସାଙ୍କେତିକ ଚିତ୍ର

ଜିଏସଟି ଲାଗୁ ପରେ ରାଜସ୍ୱ କ୍ଷତି କମିଛି : ଅର୍ଥମନ୍ତ୍ରୀ
ଭୁବନେଶ୍ୱର ଜିଏସଟି ଲାଗୁ ହେବା ପରେ ଓଡିଶାରେ ରାଜସ୍ୱ କ୍ଷତିର ପରିମାଣକୁ ହ୍ରାସ କରାଯାଇଛି ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରାଜସ୍ୱ କ୍ଷତି ପୂର୍ବରୁ ୩୧ ପ୍ରତିଶ୍ରତ ହେଉଥିବା ବେଳେ ଜିଏସଟି ପରେ ୨୪ ପ୍ରତିଶତ କ୍ଷତି ହେଉଛି । ଅର୍ଥାତ୍ ରାଜସ୍ୱ କ୍ଷତି ୭ ପ୍ରତିଶତ କମିଯାଇଛି । ଏହାକୁ ଆହୁରି ହ୍ରାସ କରିବାପାଇଁ ସରକାର ଉଦ୍ୟମ କରୁଛନ୍ତି । ଖଣିରୁ ୫ ପ୍ରତିଶତ ରାଜସ୍ୱ ଆସୁଥିବା ବେଳେ ଏବେ ତାହା ହ୍ରାସ ପାଇଛି । ପ୍ରବେଶ ଶୁଳ୍କ ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।
ଜିଏସ୍ଟି କାଉନ୍ସିଲର ୩୦ତମ ବୈଠକ ଶୁକ୍ରବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ମୁଖ୍ୟତଃ ଦ୍ରବ୍ୟ ଓ ସେବାକରରେ ରାଜସ୍ୱ ଅ ।ଦାୟ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରୁ ଜଣାପଡ଼ିଛି ଯେ ୨୦୧୮ ଜୁଲାଇ ମାସରେ ସର୍ବଭାରତୀୟ ସ୍ତରରେ ଜିଏସ୍ଟିରେ ୯୬ ହଜାର ୪୮୩ କୋଟି ଟଙ୍କା ଆଦାୟ ହୋଇଥିଲାବେଳେ ୨୦୧୮ ଅଗଷ୍ଟ ମାସରେ ୯୩ ହଜାର ୯୬୦ କୋଟି ଟଙ୍କା ଅ ।ଦାୟ ହୋଇଛି ।

ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ୨୦୧୭ରେ ଧାର୍ଯ୍ୟ ଦେୟ ସମୟ ଅକ୍ଟୋବର ସୁଦ୍ଧା ୪୫.୦୬ ପ୍ରତିଶତ ରିଟର୍ଣ୍ଣ ଫାଇଲିଂ ଦାଖଲ ହୋଇଥିବାବେଳେ ଜୁଲାଇ ୨୦୧୮ରେ ତାହା ବୃଦ୍ଧି ପାଇ ୬୧.୫୧ ପ୍ରତିଶତ ହୋଇଛି । ଜିଏସ୍ଟି ପ୍ରଚଳନ ଫଳରେ ଓଡ଼ିଶାର ରାଜସ୍ୱ ହ୍ରାସ ପାଇଥିବା ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ଜିଏସ୍ଟି ପ୍ରଚଳନ ପୂର୍ବରୁ ରାଜ୍ୟରେ ଧାନ, ·ଉଳ, ଅଟା, ମଇଦା, ସୁଜି, ଗହମ, ଗୁଡ଼ ଇତ୍ୟାଦିରେ ୫ ପ୍ରତିଶତ କର ଅ ।ଦାୟ ହେଉଥିବାବେଳେ ଜିଏସ୍ଟି ଲାଗୁ ପରେ ଏସବୁ ଦ୍ରବ୍ୟକୁ କରମୁକ୍ତ କରାଯାଇଛି । ଏଥି ସହିତ ରାଜ୍ୟରେ ପ୍ରମୁଖ କର ଅ।ଦାୟ ସ୍ରୋତ ଖଣିଜ ପଦାର୍ଥ ଓ ଏଥିରୁ ପ୍ରସ୍ତୁତ ଦ୍ରବ୍ୟରୁ ଅ ।ସିଥାଏ । ଜିଏସ୍ଟି ପ୍ରଥା ଅନୁଯାୟୀ ଯେଉଁ ରାଜ୍ୟରେ ଏହି ଦ୍ରବ୍ୟ ବ୍ୟବହାର କରାଯିବ ସେହି ରାଜ୍ୟରେ ଜିଏସ୍ଟି ଅ ।ଦାୟ ହେଉଥିବାରୁ ଓଡ଼ିଶା ଏହି ଟିକସ ହରାଉଛି । ଏଥି ସହିତ ଓଡ଼ିଶାରେ ପୂର୍ବ ପ୍ରଚଳିତ ଭାଟରେ ଅଧିକାଂଶ ଦ୍ରବ୍ୟରେ ୧୪.୫ ପ୍ରତିଶତ କର ଅ ।ଦାୟ କରାଯାଉଥିବାବେଳେ ଏବେ ସେହିସବୁ ଦ୍ରବ୍ୟରେ ୯ ପ୍ରତିଶତ କର ଅ।ଦାୟ ହେଉଥିବାରୁ ଓଡ଼ିଶାରୁ ଟିକସ ଅ।ଦାୟ ପରିମାଣ ହ୍ରାସ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ, କମିଶନର ଅଫ୍ କମର୍ସିଅ ।ଲ୍ ଟ୍ୟାକ୍ସ ଏବଂ ଜିଏସ୍ଟି ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଦେଶ