Connect with us

ଦେଶ

ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ପୁଣି ଗୁରୁତର l

ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ପୁଣି ଗୁରୁତର l

ନୂଆଦିଲ୍ଲୀ :- ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କିଛିମାସ ଧରି ପାରିକର ଅସୁସ୍ଥ ଥିବାରୁ ବିଦେଶରେ ଚିକିତ୍ସିତ ହୋଇ ନିକଟରେ ଭାରତ ଫେରିଥିଲେ।ଏକ ସ୍ବତନ୍ତ୍ର ଏଆର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ଅଣାଯାଇଛି l

ଅଗ୍ନାଶୟ କର୍କଟ ରୋଗରେ ପୀଡିତ ଥିବା ପାରିକରଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷାନିରୀକ୍ଷା କରୁଛନ୍ତି । ବାରମ୍ବାର ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଁଛନ୍ତି ପାରିକର ଓ ଦଳ ମଧ୍ୟ ସେୟା ଚାହୁଁଛି । ତେଣୁ ତାଙ୍କ ସ୍ଥାନରେ ଗୋଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସଠିକ୍‌ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ