Connect with us

ଅପରାଧ

ହରିୟାଣାର ଗଣବାଳାତ୍କାର ମାମଲାରେ ତିନି ଅଭିଯୁକ୍ତ ଚିହ୍ନଟ l

ହରିୟାଣାର ଗଣବାଳାତ୍କାର ମାମଲାରେ ତିନି ଅଭିଯୁକ୍ତ ଚିହ୍ନଟ l

ନୂଆଦିଲ୍ଲୀ:- ହରିୟାଣାର ରେଓ୍ଵାଡିରେ ବୋର୍ଡର ଟପ୍ପରଙ୍କ ସହ ହୋଇଥିବା ଗଣବାଳାତ୍କାର ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଏବଂ ଆଗାମୀ ସମୟରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଦୃଢୋକ୍ତି ପ୍ରକାଶ କରିଛି । କେସର ଯାଞ୍ଚ କରୁଥିବା ଏସଆଇଟି ପୂର୍ବରୁ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରି ସାରିଛି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ,ଏହି ଧର୍ଷିତା ୧୯ ବର୍ଷୀୟ ସିବିଏସଇ ଟପ୍ପରଙ୍କ ସହିତ ଗଣ ବଳାତ୍କାର ମାମଲା ଗତ ବୁଧବାରଦିନ ଘଟିଥିଲା । ବୁଧବାର ସନ୍ଧ୍ୟାରେ ଯୁବତୀଜଣକ କୋଚିଂ ସେଣ୍ଟରରୁ ଘରକୁ ଫେରୁଥିବା ସମୟରେ ପଙ୍କଜ ଓ ମନୀଷ ନାମକ ଦୁଇ ଜଣ ଯୁବକ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରି ନେଇଥିଲେ । ନିଜ ଗାଁର ହୋଇଥିବା ଯୋଗୁଁ ଯୁବତୀଜଣକ ଉଭୟ ଯୁବକଙ୍କୁ ଜାଣି ଥିଲେ । ସେଥିପାଇଁ ସେ ଲିଫ୍ଟରେ ଯିବାକୁ ରାଜି ହୋଇ ଥିଲେ । ମାତ୍ର ଅଭିଯୁକ୍ତମାନେ ଯୁବତୀକୁ ଲିଫ୍ଟ ଦେବାର ବାହାନା ଦେଖାଇ ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ପାନୀୟରେ ନିଶା ଦେଇ ଯୁବତୀଙ୍କ ସହିତ ଗଣବଳାତ୍କାର କରିଥିଲେ ଅଭିଯୁକ୍ତ ମାନେ ।

ମାମଲା ତଦନ୍ତ କରି ହରିୟାଣା ପୋଲିସ ଡିଜିପି ବିଏସ ସାନ୍ଧୁ କହିଛନ୍ତିଯେ , ପୋଲିସ ବହୁତ ଉଦ୍ୟମ କରୁଛି ଏବଂ ସଫଳତା ଠାରୁ ଆମେ ଅଳ୍ପ ଦୂରରେ ଅଛୁ । ତିନି ଜଣ ଅଭିଯୁକ୍ତଙ୍କ ଚିହ୍ନଟ ହୋଇ ସାରିଛି । ସେଥିରୁ ଜଣେ ଅଭିଯୁକ୍ତ ଆର୍ମିରେ ଜୱାନ ।ଉକ୍ତ ଯବାନଙ୍କ ପୋଷ୍ଟିଂ ରାଜସ୍ଥାନରେ ହୋଇଛି । ଯବାନଙ୍କ ନାମ ପଙ୍କଜ ଫୌଜୀ ଓ ଅଭିଯୁକ୍ତ ଯବାନ ଜଣକ ଛୁଟିରେ ଆସିଛନ୍ତି l ଆମେ ତା ବିରୋଧରେ ଓ୍ଵାରେଣ୍ଟ ଜାରି କରିଛୁ । ଯଦି ପୋଲିସ ଏହି ମାମଲାରେ କିଛି ଅବହେଳା କରିଛି ତାକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ଡିଜିପି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ