Connect with us

ଅପରାଧ

ପୋଲିସ୍ -ଓକିଲ ବିବାଦ ମାମଲା

ସାଙ୍କେତିକ ଚିତ୍ର

ପୋଲିସ୍ -ଓକିଲ ବିବାଦ ମାମଲା
ମଙ୍ଗଳବାରକୁ ଘୁଂଚିଲା ଶୁଣାଣି
ଭୁବନେଶ୍ୱର,୧୨ା୧୧ : ପୋଲିସ୍ -ଓକିଲ ବିବାଦ ମାମଲାର ଶୁଣାଣି ପୁଣି ଆସନ୍ତାକାଲିକୁ ଘୁଂଚିଛି । ସୋମବାର ମଧ୍ୟ କ୍ରାଇମବ୍ରାଂଚ ମାମଲାର ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ହାଇକୋର୍ଟ ଶୁଣାଣିକୁ ଆସନ୍ତାକାଲିକୁ ଘଂଚାଇଛନ୍ତି । ଏହାସହ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ସମାଧାନର ରାସ୍ତା ନବାହାରିବାରୁ ବୁଧବାର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତି ନେଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ପୂର୍ବ ନିଷ୍ପତି ଅନୁସାରେ ସୋମବାର ହାଇକୋର୍ଟ ବାର୍ ଆସୋସିଏସନର ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେଣୁ ବୁଧବାର ପୁଣି ହାଇକୋର୍ଟ ବାର ଅ।ସୋସିଏସନ ର ସାଧାରଣ ପରିଷଦ ବୈଠକ ବସିବ ଏବଂ ଏଥିରେ ସଂଘର ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ସୂଚନାଯୋଗ୍ୟ ଯେ ଉକ୍ତ ମାମଲାରେ ଗେତ ୯ ତାରିଖରେ ଶୁଣାଣୀ ହେବାର ଥିଲା । ସେଦିନ ମଧ୍ୟ କ୍ରାଇମ୍ ବ୍ରାଂଚ ଚାର୍ଜସିଟ୍ ଦାଖଲ କରିନଥିବାରୁ ସୋମବାରକୁ ଶୁଣାଣୀ ଘୁଂଚାଯାଇଥିଲା । ସେଦିନ ଶୁଣାଣି ବେଳେ କ୍ରାଇମବ୍ରାଂଚ ଚାର୍ଜସିଟ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଥିଲେ । ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ ସୋମବାର ସୁଦ୍ଧା ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଇନଜୀବୀ-ପୁଲିସ ବିବାଦକୁ ନେଇ ଜାରି ରହିଛି ଅଚଳାବସ୍ଥା । ସୋମବାର ହାଇକୋର୍ଟରେ ଏହି ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ମୁଖ୍ୟବିଚାରପତି କେଏସ୍ . ଜାଭେରିଙ୍କ ଖଣ୍ଡପୀଠରେ କ୍ରାଇମବ୍ରାଂଚ ପକ୍ଷରୁ ଘଟଣାର ତଦନ୍ତ ଶେଷ ହୋଇ ପାରି ନଥିବା ଦର୍ଶାଯାଇଛି ।

ଅନ୍ୟପକ୍ଷରେ ହାଇକୋର୍ଟ ଅ।ଇନଜୀବୀଙ୍କୁ ଅ।କ୍ରମଣ ଘଟଣାର ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ରୋକ୍ ଲଗାଇଛନ୍ତି । ଏହି ନିଲମ୍ବନ ପ୍ରତ୍ୟାହାର ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣି ଅ।ସନ୍ତାକାଲି କରାଯିବା ଲାଗି ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ପୋଲିସ ଅ।କ୍ରମଣର ଶିକାର ହୋଇଥିବା ଆଇନଜୀବୀ ଦେବୀ ପଟ୍ଟନାୟକଙ୍କ ପକ୍ଷରୁ ପୋଲିସ ନିଷ୍କ୍ରିୟତା ବିରୋଧରେ କରାଯାଇଥିବା ମାମଲାର ଶୁଣାଣି ଜଷ୍ଟିସ୍ ସି.ଅ।ର୍.ଦାଶଙ୍କୁ ନେଇ ଗଠିତ ଜଣିକିଅ। ଖଣ୍ଡପୀଠ କରିଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣି ଅ।ସନ୍ତା ୧୪ ତାରିଖ ବୁଧବାର କରାଯିବା ଲାଗି ସ୍ଥିର ହୋଇଛି ।

ଉଲ୍ଲେଖଯୋଗ୍ୟ କି ଗତ ଅଗଷ୍ଟ ୨୮ ତାରିଖରେ କଟକ ନୂଅ।ବଜାରରେ ଚାଉଳିଅ।ଗଞ୍ଜ ଥାନାର ୪ ଜଣ ପୋଲିସ କର୍ମଚାରୀ ଅ।ଇନଜୀବୀ ଦେବୀ ପଟ୍ଟନାୟକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ