Connect with us

ଅପରାଧ

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା

ସାଙ୍କେତିକ

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା
ସରପଞ୍ଚଙ୍କ ସମେତ ୧୦ଜଣଙ୍କୁ ଆଜୀବନ
ଆଠଗଡ଼,୨୧ା୧ : ପୂର୍ବ ଶତ୍ରୁତାରୁ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ବିଚାର କରି ସୋମବାର ଆଠଗଡର ଅତିରିକ୍ତ ଜିଲ୍ଲା ଦୌରାଜଜ ଆସାମୀ ମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ତିଗିରିଆ ବ୍ଲକର ଗଦାଧରପୁର ପଞ୍ଚାୟତର ସରପଞ୍ଚ ଶରତ ସ୍ୱାଇଁଙ୍କ ସମେତ ୧୦ଜଣଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି ଅଦାଲତ ।

ସୂଚନାଥାଉ କି, ୨୦୧୨ ମସିହା ଏପ୍ରିଲ ୫ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମର ରଘୁନାଥ ମନ୍ଦିରରୁ ସକାଳ ୯ ଘଟିକା ସମୟରେ ଉକ୍ତ ଗ୍ରାମର ପ୍ରଦୀପ ରାଉତ ସାଇକେଲ ଯୋଗେ ବ୍ରତ ପାଳନ ନିମନ୍ତେ ଯାଉଥିବା ସମୟରେ ଶଗଡିଆ ସାହିର ଏକ ନଳକୂପ ନିକଟରେ ସେହି ଗ୍ରାମର କାର୍ତ୍ତିକ ରାଉତ ଓ ଦିବାକର ରାଉତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ ସହ ଶରତ ସ୍ୱାଇଁ, ବିଶ୍ୱନାଥ ମହାପାତ୍ର, ବଲ୍ଲଭ ମହାପାତ୍ର, କାଳନ୍ଦି ରାଉତ, ସନ୍ତୋଷ ରାଉତ, ପବିତ୍ର ରାଉତ, ରୁପ ମହାପାତ୍ର ଓ ଶତ୍ରୁଘ୍ନ ରାଉତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମିଳିତ ଭାବେ ଖଣ୍ଡା, ଭୁଜାଲି ଓ ଠେଙ୍ଗା ଦ୍ୱାରା ମରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ ।

ଉକ୍ତ ଘଟଣା ଘଟୁଥିବା ସମୟରେ ପ୍ରଦୀପଙ୍କ ସ୍ତ୍ରୀ, ଭାଉଜ, ବାପା, ମା’, ବଡ ଭାଇ ଦେଖୁଥିଲେ ମଧ୍ୟ ଭୟଭୀତ ହୋଇ ଘଟଣା ସ୍ଥଳକୁ ଯାଇପାରି ନଥିଲେ । ତତ୍ପରେ ତିଗିରିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ପୋଲିସ ଜିପ୍ ଯୋଗେ ପ୍ରଦୀପଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନା ଓ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ଆଠଗଡ଼ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ପ୍ରଦୀପର ଭାଉଜ ସତ୍ୟଭାମା ରାଉତ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ