Connect with us

ଅପରାଧ

ଗଂଜାମ ଜିଲ୍ଲାରେ ଅପରାଧ ଦମନ ପାଇଁ ପୁଲିସର ଉଦ୍ୟମ

ସାଙ୍କେତିକ

ଗଂଜାମ ଜିଲ୍ଲାରେ ଅପରାଧ ଦମନ ପାଇଁ ପୁଲିସର ଉଦ୍ୟମ
ଗଞ୍ଜାମ :- ଗଂଜାମ ଜିଲ୍ଲା ପୁଲିସ ବିଭାଗ ପାଇଁ ଚାଲେଂଜର ବର୍ଷ ହୋଇଛି । ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ ଏହା ପୁଲିସ ବିଭାଗ ପାଇଁ ବ୍ୟତିବ୍ୟସ୍ତର କାରଣ ପାଲଟିଛି । ଏହି ବର୍ଷକ ମଧ୍ୟରେ ଜିଲ୍ଲାରେ ୭୪ ହତ୍ୟାକାଣ୍ଡ, ୬୮ଟି ଦୁଷ୍କର୍ମ ଘଟଣା ଘଟିଛି । ଜନ ସାଧାରଣଙ୍କୁ ସୁରକ୍ଷା ଦେବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାରେ କିିଛି ନା କିଛି କାରଣ ତଥା ପୂର୍ବ ଶତୃତା, ରାଜନୈତିକ ଶତ୍ରୁତା, ଗୋଷ୍ଠୀ ବିବାଦ, ପ୍ରେମ ଆଦି ଘଟଣା ଲାଗି ହତ୍ୟାକାଣ୍ଡ ବଢ଼ି ବଢ଼ି ଚାଲିଛି । ଗତ ୨୦୧୮ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବ୍ରାହ୍ମଣଛାଇ (ହିଂଜିଳିକାଟୁ ଥାନା) ରେ ସରପଂଚ ପ୍ରାର୍ଥୀ ତଥା ଯୁବନେତା ବୁଲୁ ପ୍ରଧାନଙ୍କୁ ହତ୍ୟା, ବଡ଼ଗଡ଼ ଥାନା ଗାଙ୍ଗପୁରଠାରେ ଯୁବନେତା ସନ୍ୟାସୀ ସ୍ୱାଇଁଙ୍କୁ ହତ୍ୟା, ଆଉ ଡିସେମ୍ବର ମାସରେ ଆସିକା କଲେଜ ଛକରେ ବାହାନ ଲେଙ୍କାଙ୍କୁ ଗୁଳି କରି ହତ୍ୟା ଘଟଣା ଜିଲ୍ଲାରେ ବିସ୍ମୟ ଓ ଚାଂଚଲ୍ୟ ସୃଷ୍ଟି କରିଛି ।

୨୦୧୮ ବର୍ଷରେ ଗଂଜାମ ଜିଲ୍ଲାରେ ୭୪ଟି ହତ୍ୟାକାଣ୍ଡ ଘଟିଛି । ଗଂଜାମ ପୁଲିସ ପକ୍ଷରୁ ମିଳିôବା ତଥ୍ୟ ଅନୁସାରେ ୨୦୧୮ ମସିହାରେ ଜିଲ୍ଲାରେ ବିଭିନ୍ନ ଅପରାଧ ଘଟଣାରେ ୫୫୨୧ଟି ମାମଲା ରୁଜୁ ହୋଇଛି । ୬୬୫୫ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୩୦୨ ଜଣ ସ୍ତ୍ରୀ ଲୋକ ରହିଛନ୍ତି । ଏହି ମାମଲା ଗୁଡ଼ିକ ମଧ୍ୟରେ ୭୪ଟି ହତ୍ୟାକାଣ୍ଡ, ୬୮ଟି ଦୁଷ୍କର୍ମ, ୪୬ଟି ରାହାଜାନୀ, ୪୫ଟି ଲୁଟ୍, ୧୩୦ଟି ସିନ୍ଧି ଚୋରୀ, ୧୮୧ଟିରେ ମାମଲା ରହିଛି । ଗଂଜାମ ଜିଲ୍ଲାରେ ୨୦୧୮ରେ ୫୨୩ଟି ଦୁର୍ଘଟଣାରେ ୨୭୭୬ ଜଣ ମୃତ୍ୟୁ ଘଟିଛି । ବେପରୁଆ ଗାଡ଼ି ଚାଳନା ପାଇଁ ବିଭିନ୍ନ ଯାନ ବାହାନ ଉପରେ ଚଢ଼ାଉ କରି ୫୨ ଲକ୍ଷ ୬୦ ହଜାର ୪୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏବଂ ୨୨୬ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ସସପେଣ୍ଡ କରାଯାଇଛି ।

ଗତ ବର୍ଷ ୧୭୬୫ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୩୩ ହଜାର ୩୪୮ ଲିଟର ବେଆଇନ ରନ୍ଧା ମଦ, ୯୫୯୩ ଲିଟର ଭାଟି ମଦ, ୩୨୪୨ ଲିଟର ବିଦେଶୀ ମଦ ଏବଂ ୧ ଲକ୍ଷ ୮୩ ହଜାର ୭୯୫ ଲିଟର ପୋଚ ଜବତ କରାଯାଇଛି । ଜିଲ୍ଲାରେ ପୂର୍ବ ବର୍ଷ ମାନଙ୍କ ତୁଳନାରେ ୨୦୧୮ରେ ବିଭିନ୍ନ ଅପରଧି ମାମଲା ବୃଦ୍ଧି ପାଇଛି । ୨୦୧୫ ମସିହାରେମୋଟ ୪୬୨୩ ମାମଲାରେ ୬୮୨୩ ଜଣ ଗିରଫ ହୋଇଥିବା ବେଳେ ୨୦୧୬ରେ ୪୮୦୬ଟି ମାମଲାରେ ୭୪୬୩ ଜଣ ଏବଂ ୨୦୧୭ରେ ୪୯୩୨ ଟି ମାମଲାରେ ୧୬୩ ଜଣଙ୍କୁ ଗିରଫ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ