Connect with us

ଅପରାଧ

ପୁଲିସକୁ ବାନ୍ଧିବାକୁ ପୁଲିସକୁ ନିର୍ଦ୍ଦେଶ

ସାଙ୍କେତିକ

ବଦଳି ପରେ କଳଙ୍କ, ପୁଲିସକୁ ବାନ୍ଧିବାକୁ ପୁଲିସକୁ ନିର୍ଦ୍ଦେଶ
କୋରେଇ, ୨୧ ଫେବୃଆରୀ – ଯାଜପୁରରୋଡ଼ ଥାନାର ପୂର୍ବତନ ଥାନାଧିକାରୀ ଅମିତାଭ ମହାପାତ୍ରଙ୍କର ବଦଳି ହୋଇଥିଲେ ମଧ୍ୟ ହରଣଘଡ଼ାରେ ପଡ଼ିଛନ୍ତି । ଜଣେ ଓଏପିଏଫ୍ କର୍ମଚାରୀଙ୍କୁ ମାଡ଼ମରା ଘଟଣାରେ ଶ୍ରୀ ମହାପାତ୍ରଙ୍କ ନାମରେ ପାଣିକୋଇଲି ଥାନାରେ ହୋଇଥିବା ଅଭିଯୋଗକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ହାଇକୋର୍ଟ ପାଣିକୋଇଲି ଥାନାଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୦୧୮ ଅକ୍ଟୋବର ୨୪ ତାରିଖରେ ରବି ପୂର୍ତି ନାମକ ଜଣେ ଓଏପିଏଫ୍ର ଜବାନ ପାଣିକୋଇଲି ଟୋଲଗେଟରେ ଡିୟୁଟି କରୁଥିଲେ । ଡିୟୁଟି ସମୟରେ ଏକ ଆମ୍ବୁଲାନ୍ସ ଆଗରେ ଯାଜପୁରରୋଡ ଥାନାଧିକାରୀ ଅମିତାଭ ମହାପାତ୍ର ସାଧା ପୋଷାକରେ ଏକ ଘରୋଇ ଗାଡିରେ ଆସୁଥିଲେ । ରବି ତାଙ୍କୁ ଅଟକାଇ ଅନ୍ୟ ଲେନରେ ଯିବାସହ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ କହିଥିଲେ । ପରେ ଶ୍ରୀ ମହାପାତ୍ର ଉତକ୍ଷିପ୍ତ ହୋଇ ଜାତିଆଣା ଗାଳିଗୁଲଜ କରିବା ସହ ରବିଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିବା ରବି ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ ।

ପରେ ଏନେଇ ପାଣିକୋଇଲି ପୁଲିସ୍ ୧୭୨/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଫଳରେ ରବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ତୁରନ୍ତ ତଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଗତକାଲି ଶ୍ରୀ ମହାପାତ୍ର ଯାଜପୁରରୋଡ଼ ଥାନାରୁ ବଦଳି ହୋଇଥିବା ବେଳେ ଜଣେ ପୁଲିସ୍ ଅଧିକାରୀଙ୍କ ନାଁରେ ଅନ୍ୟ ଜଣେ ପୁଲିସ୍ କର୍ମଚାରୀଙ୍କ ଏଭଳି ଅଭିଯୋଗ କରିବା ଘଟଣାଟି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ