Connect with us

ଅପରାଧ

ପୁଣି ଶୁଭଙ୍କର ଗିରଫ l

ପୁଣି ଶୁଭଙ୍କର ଗିରଫ

ପୁଣି ଶୁଭଙ୍କର ଗିରଫ
ଭୁବନେଶ୍ୱର,୩ା୮ : ସିିସୋର ଚିଟଫଣ୍ଡ ମାମଲାର ଅଭିଯୁକ୍ତ ଶୁଭଙ୍କର ନାୟକଙ୍କୁ ପୁଣିଥରେ ଗିରଫ କରାଯାଇଛି । ମହିଳାଙ୍କୁ ଦୁର୍ବ୍ୟବହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ ଶୁଭଙ୍କରଙ୍କୁ ଗିରଫ କରିଛି ।

ରବିବାର ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ଆକ୍ରମଣ କରିଥିବା ନେଇ ସଂପୃକ୍ତ ମହିଳା ଓ ତାଙ୍କ ପୁଅ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ୍ ଶୁଭଙ୍କରଙ୍କୁ ଡକାଇ ପଚରାଉଚରା କରିବା ପରେ ସୋମବାର ଗିରଫ କରିଛି ।

ସୂଚନାଯୋଗ୍ୟ ଯେ ସିସୋର ଚିଟଫଣ୍ଡ ମାମଲାରେ ଶୁଭଙ୍କର ନାୟକ ୨୦୧୪ ମସିହାରେ ଗିରଫ ହୋଇଥିଲେ । ଗତବର୍ଷ ଅଗଷ୍ଟ ପହିଲାରେ ଶୁଭଙ୍କରଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ