Connect with us

ଓଡିଶା

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ l

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ l

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର,୩ା୯ : ଆଜିଠୁ ଓଡିଶା ବିଧାନସଭା ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହେବ । ସୋମବାର ଦିନ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ତାଙ୍କ ପ୍ରକୋଷ୍ଠରେ ବସିଥିବା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଅଧିବେଶନର ପ୍ରଥମ ଦିବସରେ ସ୍ଥିରୀକୃତ ହୋଇଥିବା କାର୍ଯ୍ୟସୂଚୀ ସମାପନ କରାଯିବ କି ନାହିଁ ସେନେଇ ଆଲୋଚନା ହୋଇଥିଲା ।

ଆଲୋଚନାର ନିଷ୍ପତି ଅନୁଯାୟୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀ ଓ ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସମେତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ . କରୁଣାନିଧି , ଦିବଂଗତ ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର , ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନା , ମୂରଲୀଧର କହଁର ଏବଂ ବ୍ରଜ କିଶୋର ମହାନ୍ତିଙ୍କୁ ଶ୍ରଦ୍ଧାଂଜଳୀ ଜଣାଇବା ପାଇଁ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଣିବା ପରେ ଏହା ଉପରେ ଆଲୋଚନା କରାଯିବ । ସେମାନଙ୍କ ଆତ୍ମାର ସଦଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯିବ ।

ଶୋକପ୍ରସ୍ତାବ ଗୃହୀତ ହେବା ପରେ ସେମାନଙ୍କ ସମ୍ମାନାର୍ଥେ ଗୃହକୁ ଦିନକ ପାଇଁ ବନ୍ଦ ରଖାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା