Connect with us

ଦେଶ

ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ପିଡିପିର ଘୋଷଣା l

ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ପିଡିପିର ଘୋଷଣା l

ଧାରା ୩୫-କ
ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ପିଡିପିର ଘୋଷଣା
ଶ୍ରୀନଗର,୧୦ା୯ : ଜାମ୍ମୁ-କାଶ୍ମୀରର ନ୍ୟାସନାଲ କନଫ୍ରେନ୍ସ ପରେ ଲୋକ ଗଣତାନ୍ତ୍ରିକ ଦଳ (ପିଡିପି) ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଘୋଷଣା କରିଛି । ସମ୍ବିଧାନର ଧାରା ୩୫-କ’ ପାଇଁ ପିଡିପି ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ପିଡିପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋମବାର ଘୋଷଣା କରିଛନ୍ତି । ପିଡିପିର ଏକ ଉଚ୍ଚସ୍ତରୀୟ ବୈଠକ ପରେ ମେହବୁବା ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ବିଧାନର ଧାରା ୩୫ କ ବଜାୟ ରଖିବା ସପକ୍ଷରେ କହିଥିଲେ ।

ସେ କହିଥିଲେ ଯେ, ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି । ଏହି ପ୍ରସଙ୍ଗ ପ୍ରତ୍ୟେକ ଜାମ୍ମୁ-କାଶ୍ମୀର ବାସୀଙ୍କ ଜୀବନ ସହ ଜଡିତ । ଯେ ପର୍ଯ୍ୟନ୍ତ କେନ୍ଦ୍ର ଏହା ଉପରେ ନିଜ ମନୋଭାବ ସ୍ପଷ୍ଟ କରିନାହିଁ ସେ ପର୍ଯ୍ୟନ୍ତ ପିଡିପି ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନକୁ ବହିଷ୍କାର କରିବ । ଏହାସହ ସମ୍ବିଧାନର ଧାରା ୩୭୦ ଏବଂ ୩୫-କ’କୁ ବଜାୟ ରଖିବା ପାଇଁ ସମସ୍ତ ମଞ୍ଚରେ ଲଢ଼େଇ କରାଯିବ । ତେଣୁ ପଞ୍ଚାୟତ ନିର୍ବାଚନରେ ପିଡିପି କୌଣସି ପ୍ରାର୍ଥୀ ଦେବ ନାହିଁ । ମୃତ୍ୟୁ ପର୍ଯ୍ୟନ୍ତ ଆମେ ଧାରା ୩୫-କ ପାଇଁ ଲଢ଼େଇ ଜାରି ରଖିବୁ ।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଫାରୁକ ଅବଦୁଲ୍ଲା ପଞ୍ଚାୟତ ନିର୍ବାଚନ ବର୍ଜନ ନେଇ ଘୋଷଣା କରିଛନ୍ତି । ସମ୍ବିଧାନର ଧାରା ୩୭୦ ଏବଂ ୩୫-କ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ପିଟିସନକୁ ପିଡିପି ଏବଂ ନ୍ୟାସନାଲ କନଫ୍ରେନ୍ସ ବିରୋଧ କରିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ସ୍ଥିତି ସ୍ପଷ୍ଟ ନ କଲେ ଉଭୟ ଦଳ ନିର୍ବାଚନ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି । ଏହି ଧାରା ଅନୁଯାୟୀ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ଜାମ୍ମୁ-କାଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ରାଜ୍ୟ ବାହାରର ଲୋକ ଏଠାରେ ନିଯୁକ୍ତି ପାଇପାରିବେ ନାହିଁ ।

୧୯୫୪ ମେ’ ୧୪ରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଧାରାକୁ ସମ୍ବିଧାନରେ ସ୍ଥାନୀତ କରାଯାଇଛି । ଏହାଦ୍ୱାରା ସମ୍ବିଧାନର ସମାନ ଅଧିକାର, ସ୍ୱାଧୀନତା ଭଳି ଅଧିକାର କ୍ଷୂର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମ୍କୋର୍ଟରେ ଜନସ୍ୱାଥଁ ମାମଲା ରୁଜୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ