Connect with us

ଅପରାଧ

ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଘଟଣା :- ବିଳାସପୁର ଜେଲରୁ ଚିଠି l

ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଘଟଣା :- ବିଳାସପୁର ଜେଲରୁ ଚିଠି l

ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଘଟଣା :- ବିଳାସପୁର ଜେଲରୁ ଚିଠି l
ଭୁବନେଶ୍ୱର,୪ା୯ : ଟଙ୍କା ନଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରାଯିବ ବୋଲି ଚିଠି ଦ୍ୱାରା ଧମକ ଦେଇଥିବା ଅଭିଯୁକ୍ତ ପୁଷ୍ପେନ୍ଦ୍ର ନାଥ ଚୌହାନ ବୋଲି ତଦନ୍ତରୁ ଜଣାପଡିଛି ବୋଲି ଛତିଶଗଡ଼ ଏସପି ଆରିଫ୍ ଶେଖ୍ ଜଣାଇଛନ୍ତି ।

ଏହି ଧମକ ଉପରେ ତଦନ୍ତ କରି ରିପୋର୍ଟ ଦେବାଲାଗି ତାଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତ ବିରୁଦ୍ଧରେ ୪୨ଟି ମୋକଦ୍ଦମା ରହିଛି । ଏହିଭଳି ଧମକ ବିଭିନ୍ନ ଲୋକଙ୍କୁ ବିଭିନ୍ନ ସମୟରେ ଦେଇଥିବାର ଅଭିଯୋଗ ରହିଛି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ବହୁ ଅଫିସର, ମନ୍ତ୍ରୀ ଏବଂ ଜଜ୍ ।

ଏହି ମାମଲାରେ ସେ ୨୦୦୯ରୁ ସଜ୍ଜା କାଟୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫୦ କୋଟି ଟଙ୍କା ଦେବାପାଇଁ ଚିଠି ପଠାଇଥିଲା । ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । ସେ ବର୍ତମାନ ବିଳାସପୁର ସେଂଟ୍ରାଲ ଜେଲରେ ଅଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ