Connect with us

ଅପରାଧ

ଏନଜିଟିରେ ପହଂଚିଛି ଡଙ୍କରୀ ପାହାଡ ଲୁଟ୍ ମାମଲା l

ଏନଜିଟିରେ ପହଂଚିଛି ଡଙ୍କରୀ ପାହାଡ ଲୁଟ୍ ମାମଲା l

ଏନଜିଟିରେ ଡଙ୍କରୀ ପାହାଡ ଲୁଟ୍ ମାମଲା
ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୪ା୯ : ଶେଷରେ ଏନଜିଟି ବା ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ବହୁଚର୍ଚ୍ଚିତ ଡଙ୍କରୀ ପାହାଡ ମାମଲା ପହଂଚିଛି । ବାରମ୍ବାର ସରକାରୀ ଦଳର ନେତା, ମନ୍ତ୍ରୀ ଏବଂ ଅମଲାଙ୍କ ଦ୍ୱାରା ଡଙ୍ଗରୀ ପାହାଡ ଖଣି ଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ମିଳିତ କମିଟି ପଦକ୍ଷେପ ନେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବଙ୍କୁ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ କମିଟିରେ ପ୍ରଦୂଷଣ ବୋର୍ଡ, ନିୟନ୍ତ୍ରଣ ବୋର୍ଡ, ସିଆ ଅଧ୍ୟକ୍ଷ ସଦସ୍ୟ ରହିବେ ବୋଲି କୁହାଯାଇଛି । ଆହୁରି ମଧ୍ୟ ଜଙ୍ଗଲ ବିଭାଗର ଜଣେ ଅଧିକାରୀଙ୍କ ସହ ଯାଜପୁର ଜିଲ୍ଲାପାଳ କମିଟିରେ ସଦସ୍ୟ ରହିବେ ବୋଲି ନିର୍ଦ୍ଦେଶ ରହିଛି । ଘଟଣାସ୍ଥଳ ପରିଦର୍ଶନ କରି ଆଇନ ଅନୁସାରେ ସମସ୍ତ ପଦକ୍ଷେପ ନେବାକୁ ଟ୍ରିବ୍ୟୁନାଲ ଆଦେଶ ଦେଇଛନ୍ତି ଏବଂ ପଦକ୍ଷେପ ନେଇ ମାସକ ମଧ୍ୟରେ ଟ୍ରିବ୍ୟୁନାଲକୁ ରିପୋର୍ଟ ଦେବା ପାଇଁ କହିଛନ୍ତି । ଏହି ଖଣି ଲୁଟ୍ ମାମଲାରେ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅପିଲ୍ ଆଧାରରେ ଏନଜିଟି ପଦକ୍ଷେପ ନେଇଛନ୍ତି ।

ସୂଚନାନୁଯାୟୀ, ଗତ କିଛିଦିନ ତଳେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ଏକ ସମ୍ପାଦକୀୟ ପୃଷ୍ଠାରେ ଡଙ୍କରୀ ପାହାଡରୁ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଲଘୁ ଖଣିଜ ଦ୍ରବ୍ୟ ଲୁଟ୍ କରାଯାଉଥିବା ସିଧାସଳଖ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ