Connect with us

ଦେଶ

ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ୍ ବିଭାଗ; ପ୍ରତାପଙ୍କୁ ଏମଏସଏମଇ ,ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦ ଦାୟିତ୍ୱ

ସାଙ୍କେତିକ

ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ୍ ବିଭାଗ; ପ୍ରତାପଙ୍କୁ ଏମଏସଏମଇ ,ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦ ଦାୟିତ୍ୱ
କାହାକୁ ମିଳିଲା କେଉଁ ବିଭାଗ , ଜାଣନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ ମଇ  – ନବଗଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଂଟନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ପୁରୁଣା ମନ୍ତ୍ରାଳୟ ବଜାୟ ରଖିଛନ୍ତି । ତାଙ୍କ ନିକଟରେ ପୂର୍ବରୁ ଥିବା ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ମିଳିଛି । ସେହିପରି ଓଡ଼ିଶାରୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ଓ ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦର ବିଭାଗର ଦାୟିତ୍ୱ ମିଳିଛି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପାଖରେ ଏକାଧିକ ଗରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସେଗୁଡ଼ିକ ହେଲା- ପର୍ସୋନେଲ ବିଭାଗ, ସାଧାରଣ ଅଭିଯୋଗ, ପେନସନ, ଆଟମିକ ଏନର୍ଜି, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତି ନେଉଥିବା ବିଭାଗ ଓ ବଂ୦ଟା ଯାଇ ନଥିବା ସମସ୍ତ ବିଭାଗର ଦାୟିତ୍ୱ ସେ ନିଜ ପାଖରେ ରଖିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଅମିତ୍ ଶାହାଙ୍କୁ ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା , ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ,ନୀତିନ ଗଡକରୀଙ୍କୁ ସଡକ ଓ ପରିବହନ , ଏସ୍ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ବିଭାଗ ଦିଆଯାଇଛି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ଲାଗି ଶପଥ ନେବା ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ । ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ମଧ୍ୟ ଶପଥ ନେଇଥିଲେ ।
କାହାକୁ କେଉଁ ବିଭାଗ
ଅମିତ ଶାହ -ଗୃହ ମନ୍ତ୍ରୀ
ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ
ଏସ୍ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
ନୀତୀନ ଗଡ଼କରୀ – ସଡ଼କ ପରିବହନ, ରାଜପଥ, ଏମଏସଏମ ମନ୍ତ୍ରୀ
ଡିଭି ସଦାନନ୍ଦ ଗୌଡ଼ା – ସାର ଓ ରସାୟନ ମନ୍ତ୍ରୀ
ରାମବିଳାସ ପାଶ୍ୱାନ – ଖାଦ୍ୟ ଯୋଗାଣ ମନ୍ତ୍ରୀ
ନରେନ୍ଦ୍ର ସିଂ ତୋମାର – କୃଷି, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ମନ୍ତ୍ରୀ
ରବି ଶଙ୍କର ପ୍ରସାଦ- ଅ ।ଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ
ହରସିମରତ କୌର ବାଦଲ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଥାୱରଚନ୍ଦ ଗେହଲଟ – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ରମେଶ ପୋଖରିଆଲ ନିଶଙ୍କ- ମାନବ ସମ୍ବଳ ବିକାଶ ମନ୍ତ୍ରୀ
ଅର୍ଜୁନ ମୁଣ୍ଡା – ଆଦିବାସୀ ବ୍ୟାପାର ମନ୍ତ୍ରୀ
ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ ମନ୍ତ୍ରୀ
ଡ. ହର୍ଷବର୍ଦ୍ଧନ -ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ- ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରୀ
ପୀୟୂଷ ଗୋଏଲ – ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ମୁକ୍ତାର ଅ ।ବାସ ନକଭି- ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ
ମହେନ୍ଦ୍ର ନାଥ ପାଣ୍ଡେ- ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରୀ
ଅରବିନ୍ଦ ସାୱନ୍ତ – ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ
ଗିରିରାଜ ସିଂହ- ପ୍ରାଣୀ ସଂପଦ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ – ଜଳ ଶକ୍ତି ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
ସନ୍ତୋଷ ଗଙ୍ଗୱାର – ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
ରାଓ ଇନ୍ଦ୍ରଜିତ ସିଂହ- ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ଯୋଜନା ମନ୍ତ୍ରୀ
ଶ୍ରୀପଦ ନାଏକ- ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ମନ୍ତ୍ରୀ
ଜିତେନ୍ଦ୍ର ସିଂହ – ପିଏମଓ, ଉତରପୂର୍ବାଂଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ
କିରେନ ରିଜିଜୁ – ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହଲ୍ଲାଦ ସିଂ ପଟେଲ- ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ
ରାଜକୁମାର ସିଂହ – ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ ମନ୍ତ୍ରୀ
ହରଦୀପ ସିଂ ପୁରୀ – ଗୃହ ର୍ନିମାଣ ଓ ସହରାଂଚଳ ବିକାଶ ମନ୍ତ୍ରୀ
ହରଦୀପ ସିଂହ ପୁରୀ- ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ମନସୁଖଲାଲ ମାଣ୍ଡଭିୟ- ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ
ଫଗନ ସିଂ କୁଲସ୍ତେ – ଇସ୍ପାତ ମନ୍ତ୍ରୀ
ଅଶ୍ୱିନୀ କୁମାର ଚୌବେ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ
ଜେନେରାଲ ଭିକେ ସିଂହ – ପରିବହନ ଓ ରାଜପଥ ମନ୍ତ୍ରୀ
କ୍ରୀଷ୍ଣନପାଲ୍ ଗୁର୍ଜର – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ
ଜି. କିଶନ ରେ‡ୀ – ଗୃହ ମନ୍ତ୍ରୀ
ପରଷୋତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ରାମଦାସ ଅଠାୱଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ସାଧ୍ୱୀ ନିରଞ୍ଜନ ଜ୍ୟୋତି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ବାବୁଲ ସୁପ୍ରିଓ – ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ
ସଂଜୀବ ବାଲିଆନ – ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ
ଧୋତ୍ରେ ସଂଜୟ ସାମରାଓ – ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ
ଅନୁରାଗ ଠାକୁର – ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ
ସୁରେଶ ଅଙ୍ଗାଡ଼ି – ରେଳ ମନ୍ତ୍ରୀ
ନିତ୍ୟାନନ୍ଦ ରାୟ – ଗୃହ ମନ୍ତ୍ରୀ
ରତନ ଲାଲ କାଟାରିଆ – ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଭି. ମୁରଲୀଧରନ – ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ
ରେଣୁକା ସିଂହ ସାରୁତା – ଆଦିବାସୀ ବ୍ୟାପାର ମନ୍ତ୍ରୀ
ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ରାମେଶ୍ୱରତେଲି ହେଲେ – ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ପ୍ରତାପ ଷଡ଼ଙ୍ଗୀ – ଏମ, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ
କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ଦେବଶ୍ରୀ ଚୌଧୁରୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

Click to comment

Leave a Reply

Your email address will not be published. Required fields are marked *

More in ଦେଶ