Connect with us

ଦେଶ

ଦୁଇ ଭାଇ ମିଶି ନିଜର ଭଉଣୀକୁ ଚାରି ବର୍ଷ ଧରି ଧର୍ଷଣ କରୁଥିଲେ ।

ସାଙ୍କେତିକ ଚିତ୍ର

ଦୁଇ ଭାଇ ମିଶି ନିଜର ଭଉଣୀକୁ ଚାରି ବର୍ଷ ଧରି ଧର୍ଷଣ କରୁଥିଲେ ।
ମିରଟ,୧୮।୧୦ :ଉତ୍ତରପ୍ରଦେଶ ର ମିରଟ ସହରରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଏହି ଘଟଣା ସାମାଜିକ କଳଙ୍କ ହେବା ସହିତ ବ୍ୟଭିଚାରର ସମସ୍ତ ସୀମା ଟପିଯାଇଛି ।ପୀଡିତାର ସୂଚନା ଅନୁସାରେ ତାର ପିତା ଜଣେ ହୃଦ ରୋଗୀ ଥିଲେ ଓ ତାଙ୍କର ଗତବର୍ଷ ମୃତ୍ୟୁ ହୋଇଯାଇଥିଲା । ଘରେ ମା ଓ ଦୁଇଭାଇ ଙ୍କ ସହିତ ଜଣେ ଭଉଣୀ ରହିଯାଇଥିଲେ । ମାନସିକ ଓ ଶାରୀରିକ ରୂପରେ ନିର୍ଯ୍ୟାତିତ ହେଲାପରେ ସେ ବାଧ୍ୟହୋଇ ସାହସ ସଂଚୟ କରି ପୋଲିସ ପାଖରେ ଅଭିଯୋଗ କଲେ । ତାଙ୍କ ଅଭିଯୋଗ ଅନୁସାରେ ପୋଲିସ ପୀଡିତାର ନିଜ ଭାଇ ଧର୍ମେଶ ଓ ପ୍ରଶାନ୍ତ କୁ ଗିରଫ କରିଛି ।

ପୋଲିସ ଅଧିକ୍ଷକ ରଣବିଜୟ ସିଂ (ନଗର ମିରଟ) ସୂଚନାଦେଇ କହିଛନ୍ତିଯେ , ଅଭିଯୁକ୍ତ ଦ୍ବୟ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି ଓ ମାକୁ ମାରିଦେବାର ଭୟ ଦେଖାଇ ଚାରି ବର୍ଷ ଧରି ବଳାତ୍କାର କରିଛନ୍ତି । ବିରୋଧ କଲାବେଳେ ପୀଡ଼ିତାକୁ ଶାରୀରିକ ନିର୍ଯାତନା ଦଉଥିଲେ ।ଏହି ବ୍ୟଭିଚାର ଘଟଣା ସମଗ୍ର ଦେଶରେ ଚର୍ଚିତ ହୋଇଉଠିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ