Connect with us

ଦେଶ

ଆରଏସଏସ ବକ୍ତବ୍ୟ କୁ ଜେଡିୟୁର ବିରୋଧ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :-ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କର ରାମ ମନ୍ଦିର ଉପରେ ଦେଇଥିବା ବକ୍ତବ୍ୟ କୁ ଏନଡିଏ ର ଅଂଶୀଦାର ଜେଡିୟୁର ବିରୋଧ କରିଛି । ଜେଡିୟୁ ର ମହାସଚିବ ଶ୍ରୀ କେ ସି ତ୍ୟାଗୀ ଏକ ସାକ୍ଷାତକାରରେ କହିଛନ୍ତିଯେ ,ରାମ ମନ୍ଦିର ମାମଲା ସୁପ୍ରିମକୋର୍ଟ ରେ ବିଚାରାଧୀନ ଅଛି । କୋର୍ଟର ନିଷ୍ପତି ନଆସିବା ପର୍ଯ୍ୟନ୍ତ ବିଜେପି ଏହାକୁ ନଉଠାଉ । ସେ ଜେଡିୟୁର ପକ୍ଷରଖି କହିଛନ୍ତିଯେ, ଆମକୁ କୋର୍ଟ ର ନିଷ୍ପତି କିମ୍ବା ଉଭୟପକ୍ଷର ସର୍ବସଂମତ ନିଷ୍ପତି ମାନ୍ୟ ତେଣୁ ବିଜେପି ଏହି ମାମଲାରେ କୌଣସି ବିବାଦିତ ବୟାନ ନଦେବାପାଇଁ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟଯେ, ଆରଏସଏସ ପ୍ରମୁଖ ମୋହନ ଭାଗବତ ତାଙ୍କ ବକ୍ତବ୍ୟରେ ରାମ ମନ୍ଦିର ନିର୍ମାଣ କରିବାପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ ବୋଲି ଦାବି କରିଥିଲେ । ସୂତ୍ର ଅନୁସାରେ ଆରଏସଏସ ନିର୍ବାଚନ ସମୟରେ ରାମ ମନ୍ଦିର ପ୍ରସଙ୍ଗ କୁ ଉଠାଇଥାଏ । କିନ୍ତୁ ଏହା ବିଚାରାଧୀନ ଥିବାରୁ ଏହି ପ୍ରସଙ୍ଗର କିଛି ପ୍ରାସଙ୍ଗିକତା ନଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ