Connect with us

ଦେଶ

ଟ୍ରେନରେ ବିଜେପିର ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା

ସାଙ୍କେତିକ

ଟ୍ରେନରେ ବିଜେପିର ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା
ଅହମ୍ମଦାବାଦ,୮ା୧ : ଗୁଜୁରାଟର ପୂର୍ବତନ ବିଜେପି ବିଧାୟକ ଜୟନ୍ତୀ ଭାନୁଶାଳୀଙ୍କୁ ଚଳାନ୍ତା ଟ୍ରେନରେ ଗୁଳିମାରି ହତ୍ୟା କରାଯାଇଛି । ସୋମବାର ରାତିରେ ୫୩ ବର୍ଷୀୟ ଭାନୁଶାଳୀ ଭୁଜରୁ ଅହମ୍ମଦାବାଦ ଯାଉଥିବା ବେଳେ ସୟାଜୀ ନଗର ଏକ୍ସପ୍ରେସ୍ ଟ୍ରେନରେ ଏହି ଅଘଟଣ ଘଟିଛି । କଟାରିୟା-ସୁରବରୀ ଷ୍ଟେସନ ନିକଟରେ ଦୁର୍ବୃତ୍ତମାନେ ଏସି ବଗିରେ ପଶି ଭାନୁଶାଳୀଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।

ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ପରେ ପୋଲିସ ମୃତଦେହ ଜବତ କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି । ଭାନୁଶାଳୀଙ୍କ ହତ୍ୟା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ଭାନୁଶାଳ ନାମରେ ଜଣେ ୨୧ ବର୍ଷ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା । ସୁରଟରେ ରହୁଥିବା ଯୁବତୀ ଜଣକ ବିଧାୟକଙ୍କ ବିରୋଧରେ ଏତଲାରେ ଦର୍ଶାଇଥିଲେ ଯେ, ଏକ ପ୍ରତିଷ୍ଠିତ ଫ୍ୟାସନ୍ ଡିଜାଇନ ଇନଷ୍ଟିଚ୍ୟୁଟରେ ନାମ ଲେଖାଇ ଦେବା ବାହାନାରେ ନଭେମ୍ବର ୨୦୧୭ରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କ ସହ ଅନେକ ଥର ବଳାତ୍କାର କରିଥିଲେ ।

ଏହି ଅଭିଯୋଗ ପରେ ଭାନୁଶାଳୀ ରାଜ୍ୟ ବିଜେପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ପରେ ଅଭିଯୋଗକାରିଣୀ ମାମଲାକୁ ଉଠାଇ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ