Connect with us

ଦେଶ

କେନ୍ଦ୍ର ସରକାରଙ୍କୁ ଝଟକା

ସାଙ୍କେତିକ

କେନ୍ଦ୍ର ସରକାରଙ୍କୁ ଝଟକା
ସିବିଆଇ ମୁଖ୍ୟ ପଦରେ ରହିବେ ଆଲୋକ ବର୍ମା
ନୂଆଦିଲ୍ଲୀ,୮ା୧ : ସିବିଆଇ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିରେ କେନ୍ଦ୍ରକୁ ଝଟକା ଲାଗିଥିବା ବେଳେ ଯାଞ୍ଚ ସଂସ୍ଥାର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଆଶ୍ୱସ୍ତ ମିଳିଛି । ସିବିଆଇ ନିର୍ଦ୍ଦେଶକ ତାଙ୍କୁ ଛୁଟିରେ ପଠାଯିବାକୁ ନେଇ ସରକାରଙ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ନିଷ୍ପତ୍ତି ଶୁଣାଇବା ସମୟରେ ଅଦାଲତ କହିଛନ୍ତି କି, ଆଲୋକ ବର୍ମାଙ୍କୁ ହଟାଇବା ପୂର୍ବରୁ ପ୍ରଥମେ ସିଲେକ୍ଟ କମିଟି ଠାରୁ ସହମତି ନେବାକୁ ପଡିବ । ଯେଉଁଭଳି ଭାବରେ ସିବିଆଇ ଆଲୋକ ବର୍ମାଙ୍କୁ ବାହାର କରିଥିଲା ତାହା ଅସାମ୍ବିଧାନିକ ।

ଆଲୋକ ବର୍ମା ଏବେ ସିବିଆଇ ମୁଖ୍ୟ ପଦବୀରେ ରହିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । ଜଷ୍ଟିସ କେଏମ ଜୋଶେଫ ଏବଂ ଜଷ୍ଟିସ ଏସକେ କୌଲଙ୍କ ଦୁଇଜଣିଆ ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି । ଆଲୋକ ବର୍ମାଙ୍କ ଓକିଲ ସଞ୍ଜୟ ହେଗଡେ ଶୁଣାଣି ପରେ କହିଛନ୍ତି କି, ଏହା ଏକ ସଂସ୍ଥାର ବିଜୟ । ଦେଶରେ ନ୍ୟାୟ ପ୍ରକ୍ରିୟା ଠିକ୍ ଭାବରେ ଚାଲିଛି । ଯଦି ନ୍ୟାୟ ବିରୁଦ୍ଧରେ କେହି ଯାନ୍ତି ତେବେ ତାଙ୍କ ପାଇଁ ଶୀର୍ଷ ଅଦାଲତ ଅଛନ୍ତି । ସେହିଭଳି ସିବିଆଇ ବିବାଦରେ ଏନଜିଓ ତରଫରୁ ଉପସ୍ଥାପନ କରିଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି କି, ସୁପ୍ରିମକୋର୍ଟ ଆଜି ସରକାର ଏବଂ ସିବିଆଇ ପ୍ରମୁଖ ଆଲୋକ ବର୍ମାଙ୍କୁ ପଦବୀରୁ ହଟାଇବା ପାଇଁ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ।

କୋର୍ଟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅବୈଧ ବୋଲି କହିଛନ୍ତି । ଭୂଷଣ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ସରକାର ଏକ ଉଚ୍ଚସ୍ତରୀୟ କମିଟି କରି ନେତା ବିପକ୍ଷଙ୍କ ମଧ୍ୟରେ ବୈଠକ କରି ୭ଦିନ ଭିତରେ ଏହାର ବିଚାର କରାଯାଉ । କିନ୍ତୁ କମିଟି ଏହି ବିବାଦରେ କୌଣସି ବିଚାର ନକରିବା ପର୍ଯ୍ୟନ୍ତ ବର୍ମା କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । ତେବେ ତାଙ୍କର ସମସ୍ତ କ୍ଷମତା ତାଙ୍କୁ ଦିଆଯାଇନାହିଁ । ସୂଚନାଥାଉ କି, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ପୂର୍ବତନ ଜଏଣ୍ଟ ଡାଇରେକ୍ଟର ରାକେଶ ଆସ୍ଥାନାଙ୍କ ସହ ବିବାଦକୁ ନେଇ ତାଙ୍କ ଠାରୁ ସମସ୍ତ କ୍ଷମତା ଫେରସ୍ତ ନିଆଯାଇଥିଲା । ଦୁଇ ସିବିଆଇ ଅଧିକାରୀଙ୍କ ମଧ୍ୟରେ କଳହ ସାର୍ବଜନୀନ ହେବା ପରେ ମୋଦି ସରକାର ଦୁହିଁଙ୍କୁ ଛୁଟିରେ ପଠାଇ ଦେଇଥିଲେ ।

ଏହାପୂର୍ବରୁ ଡିସେମ୍ବର ୬ରେ ସୁପ୍ରିମକୋର୍ଟ ଏହି ମାମଲାରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ଅଦାଲତରେ ଆଲୋକ ବର୍ମାଙ୍କ ବ୍ୟତୀତ ଏନ୍ଜିଓ କମନ କ୍ଲଜ ତରଫରୁ ପିଟିସନ ଦାଖଲ କରି ଏସ୍ଆଇଟି ଯାଞ୍ଚ ପାଇଁ ଦାବି କରାଯାଇଥିଲା । ଏହାସହ ସରକାରଙ୍କ ଦ୍ୱାରା ଛୁଟିରେ ପଠାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହାପରେ ଅଦାଲତ ସିଭିସି ଦ୍ୱାରା ଜବାବ ଦାଖଲ କରିବାକୁ କହିଥିଲେ । ସିଭିସି ଜବାବ ଦେଇଥିଲା ଯେ, ସ୍ଥିତି ଗୁରୁତ୍ୱପୂର୍ଣ୍ଣ ଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ସେହି ସମୟରେ ସିବିଆଇ ଓକିଲ ଏସ ନାରୀମନ ଦଲିଲ ଦେଇଥିଲେ ଯେ, ସିବିଆଇ ଡାଇରେକ୍ଟରଙ୍କ ମାମଲା ଧ୍ୟାନର ସହ ଦେଖାଯିବା ଉଚିତ୍ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ