Connect with us

ଦେଶ

ଜେ ପି ନଡ୍ଡା ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ସାଙ୍କେତିକ

ଜେ ପି ନଡ୍ଡା ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ନୂଆଦିଲ୍ଲୀ , ୨୦ ଜାନୁଆରୀ – ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା । ସୋମବାର ଏଥିପାଇଁ ଅନୁଷ୍ଠିତ ନିର୍ବାଚନରେ ସେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ବିଦାୟୀ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ବିଜେପି ଜାତୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ତାଙ୍କୁ ଅଧ୍ୟକ୍ଷ ଆସନରେ ବସାଇବା ସହ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଶ୍ରୀ ନଡ୍ଡାଙ୍କୁ ଭେଟି ଶୁଭକାମନା ଜଣାଇଥିଲେ ।
ସୋମବାର ଅପରାହ୍ନରେ ଜାତୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଅଧ୍ୟକ୍ଷ ଭାବେ ଶ୍ରୀ ନଡ୍ଡାଙ୍କ ନାମ ଘୋଷଣା କରିଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ସୋମବାର ସକାଳେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ନଡ୍ଡା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ଜେପି ନଡ୍ଡା ଗତ ବର୍ଷ ଠାରୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ରହିଥିଲେ । ଏବେ ତାଙ୍କୁ ଦଳର ସଂପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କ ପୂର୍ବରୁ ଅମିତ୍ ଶାହା ବିଗତ ସାଢେ ୫ ବର୍ଷ ହେବ ଦଳର ନେତୃତ୍ୱ ବହନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ