Connect with us

ଦେଶ

ଜେଏନୟୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ଛାତ୍ରଛାତ୍ରୀଙ୍କ ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବଙ୍କ ଆଲୋଚନା

ସାଙ୍କେତିକ

ଜେଏନୟୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ଛାତ୍ରଛାତ୍ରୀଙ୍କ ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବଙ୍କ ଆଲୋଚନା
– ଛାତ୍ରାବାସ ସେବା ଓ ଉପଯୋଗିତା ଶୁଳ୍କ ପ୍ରତ୍ୟାହାର ନିଷ୍ପତି
ନୂଆଦିଲ୍ଲୀ, ୧୦ ଜାନୁଆରୀ – କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଜଗଦୀଶ କୁମାର, ରେଜିଷ୍ଟ୍ରାର ଓ ବରିଷ୍ଠ ଅଧ୍ୟାପକମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି । ଏହାପରେ ସେ ଛାତ୍ର ସଂସଦ ସଭାପତି ସୁଶ୍ରୀ ଐଶୀ ଘୋଷଙ୍କ ନେତୃତ୍ୱରେ ଜେଏନୟୁର ଏକ ଛାତ୍ର ପ୍ରତିନିଧି ଦଳଙ୍କ ସହିତ ଆଲୋଚନା କରିଥିଲେ ।
ଗତ ଡିସେମ୍ବର ୧୦ ଓ ୧୧ ତାରିଖରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରଣାଳୟର ସଚିବଙ୍କୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅବଗତ କରାଇଥିଲେ ।
କୁଳପତି ପ୍ରଫେସର ଜଗଦୀଶ କୁମାର ଦର୍ଶାଇଥିଲେ ଯେ ଛାତ୍ରଛାତ୍ରୀଙ୍କ ଠାରୁ ଛାତ୍ରାବାସର ସେବା ଏବଂ ଉପଯୋଗିତା ଶୁଳ୍କ ଆଦାୟ କରାଯିବ ନାହିଁ । ଏ ସଂକ୍ରାନ୍ତରେ ଗତ ୯ ତାରିଖରେ ଏକ ସର୍କୁଲାର ଜାରି କରାଯାଇସାରିଛି । ଏହି ଶୁଳ୍କ ବହନ କରିବା ଲାଗି ୟୁଜିସିକୁ ଅନୁରୋଧ କରାଯାଇଛି । ମନ୍ତ୍ରଣାଳୟର ସଚିବଙ୍କ ସହିତ ଆଲୋଚନା ସମୟରେ ଛାତ୍ରଛାତ୍ରୀଙ୍କ ଏ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି ।
ୟୁଜିସିର ଅଧ୍ୟକ୍ଷ ଡ. ଡିପି ସିଂଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ମାନବ ସମ୍ବଳ ବିକାଶ ସଚିବ ଆଲୋଚନା କରିଥିଲେ । ଏ ସଂକ୍ରାନ୍ତରେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ୟୁଜିସିକୁ କୁହାଯାଇଛି ।
ଏହାକୁ ଦୃଷ୍ଟିରେ ରଖି ସଚିବ ଶ୍ରୀ ଅମିତ ଖାରେ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ଲାଗି ଅପିଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ