Connect with us

ଦେଶ

ଜିସାଟ୍-୭ଏ’ର ସଫଳ ଉତକ୍ଷେପଣ

ସାଙ୍କେତିକ

ଜିସାଟ୍-୭ଏ’ର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ,୧୯ା୧୨ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଦେଶର ନୂତନ ଯୋଗାଯୋଗ ଉପଗ୍ରହ ଜିସାଟ-୭ଏର ସଫଳ ଉତକ୍ଷେପଣ କରାଯାଇଛି । ଦିନ୍ ୪ଟା ୧୦ ମିନିଟ୍ରେ ସତୀଶ ଧୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଜିଏସ୍ଏଲ୍ଭି-ଏଫ୍ ୧୧ ଦ୍ୱାରା ରକେଟ୍ଟିକୁ ମହାକାଶକୁ ପଠାଯାଇଥିଲା ଓ ଏହାକୁ ୨୦ ମିନିଟ୍ ମଧ୍ୟରେ କକ୍ଷପଥରେ ଅବସ୍ଥାପିତ କରାଯାଇଛି ।

ବିଗତ ଏକମାସ ମଧ୍ୟରେ ଏହା ଇସ୍ରୋର ତୃତୀୟ ମହାକାଶ ଅଭିଯାନ ଓ ଭାରତର ୩୫ତମ ଯୋଗାଯୋଗ ଉପଗ୍ରହ । ୨,୨୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଉପଗ୍ରହ ନିର୍ମାଣରେ ୫୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ଏହି ଯୋଗାଯୋଗ ଉପଗ୍ରହ ଭାରତୀୟ ସେନା ପାଇଁ ଉଦ୍ଦିଷ୍ଟ । ଏହାସହ ବାୟୁସେନା ଓ ନୌସେନାର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ହୋଇଛି । ଏହି ଉପଗ୍ରହ ଦ୍ୱାରା ବାୟୁସେନାର ମାନବ ବିହୀନ ବିମାନ (ଡ୍ରୋନ୍) ଅଭିଯାନ ଅତିସହଜ ହେବ ଓ ନେଟୱାର୍କ ଅତିସୁଦୃଢ଼ ହେବ ବୋଲି ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶାଲ ବି ଏସ୍ ଧନୋଆ କହିଛନ୍ତି ।

ଜିସାଟ୍-୭ଏ ପୂର୍ବେ ଇସ୍ରୋ ଜିସାଟ୍-୭ ଉପଗ୍ରହ ରୁକ୍ମିଣୀ ନାମରେ ପରିଚିତ ଥିଲା । ଯାହାକୁ ୨୦୧୩ ସେପ୍ଟେମ୍ବର ୨୯ରେ ପରୀକ୍ଷା କରାଯାଇଥିଲା । ଏହାକୁ ଭାରତୀୟ ନୌସେନା ପ୍ରସ୍ତୁତ କରିଥିଲା । ଏହି ଉପଗ୍ରହ ନୌସେନାର ଯୁଦ୍ଧ ଜାହାଜ, ବୁଡାଜାହାଜ ଓ ବାୟୁସେନାକୁ ଯୋଗାଯୋଗ ତଥା ସଞ୍ଚାର ସୁବିଧା ପ୍ରଦାନ କରିବ । କୁହାଯାଉଛି ଯେ, ଆଗାମୀ କିଛି ବର୍ଷରେ ଭାରତୀୟ ବାୟୁସେନାକୁ ଆଉଏକ ଉପଗ୍ରହ ଜିସାଟ୍-୭ସି ମିଳିପାରେ । ଯଦ୍ୱାରା ଏହାର ଅପରେସନାଲ ଆଧାରିତ ନେଟ୍ୱାର୍କକୁ ଅଧିକ ବ୍ୟାପକ କରାଯାଇପାରିବ ।

ସୂଚନାଥାଉ କି, ବର୍ତ୍ତମାନ ସମୟରେ ଭାରତ, ଆମେରିକାରେ ନିର୍ମିତ ପ୍ରିଡେଟର-ବି କିମ୍ବା ସି ଗାର୍ଡିୟନ ଡ୍ରୋନ୍ସକୁ ହାସଲ କରିବାକୁ ଉଦ୍ୟମ କରୁଛି । ଏହି ଡ୍ରୋନ ଅଧିକ ଉଚ୍ଚରେ ଉପଗ୍ରହ ନିୟନ୍ତ୍ରଣ ଜରିଆରେ ବହୁ ଦୂରରୁ ଶତ୍ରୁ ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ