Connect with us

ଅପରାଧ

ଛତିଶଗଡରେ କାରରୁ ୧୦ .୯ କୋଟି ଟଙ୍କା ମିଳିବା ଘଟଣାର ତଦନ୍ତ କରିବ ଇଓଡବ୍ଲୁ

ସାଙ୍କେତିକ

ଛତିଶଗଡରେ କାରରୁ ୧୦ .୯ କୋଟି ଟଙ୍କା ମିଳିବା ଘଟଣାର ତଦନ୍ତ କରିବ ଇଓଡବ୍ଲୁ
ଭୁବନେଶ୍ୱର, ୨୦ ଫେବୃଆରୀ – କଟକରୁ ଆଗ୍ରା ଯାଉଥିବା ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ କ୍ରାଇମବ୍ରାଂଚର ଇଓଡବ୍ଲୁ ତଦନ୍ତ କରିବ । ଟଙ୍କା କଟକରୁ କିମ୍ବା ଭୁବନେଶ୍ୱରରୁ ଆସିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ସେଥିପାଇଁ ତଦନ୍ତ ଭାର ଇଓଡବ୍ଲ୍ୟୁକୁ ଦିଆଯାଇଥିବା ପୋଲିସ ଡିଜି ଆର ପି ଶର୍ମା କହିଛନ୍ତି । ଏହାସହ ଛତିଶଗଡ ପୋଲିସକୁ ଓଡିଶା ପୋଲିସ୍ ତଦନ୍ତ ସମ୍ବନ୍ଧୀୟ ସମସ୍ତ ସହଯୋଗ କରିବ । କିଏ, କଣ ପାଇଁ ଓ କାହା ପାଖକୁ ଏତେ ଟଙ୍କା ନେଉଥିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ଡିଜିପି କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଛତିଶଗଡରେ ଏକ କାରରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ମିଳିଥିଲା । ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଧରାପଡିଥିବା ଅଭିଯୁକ୍ତ ମାନେ କହିଛନ୍ତିି ଯେ ଗତ ରବିବାର ସେମାନେ ଆଗ୍ରାରୁ ଗ୍ୱାଲିୟର ଏବଂ ଛତିଶଗଡ ଦେଇ କଟକ ଆସିଥିଲେ । କଟକରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଫାର୍ମ ହାଉସକୁ ନେଇଥିଲା । ସେଠାରେ ତାଙ୍କୁ ଟଙ୍କା ଦିଆଯାଇଥିଲା । କାରର ପଛ ସିଟରେ ଲକର କରାଯାଇ ଟଙ୍କା ରଖାଯାଇଥିଲା । ଟଙ୍କା ଆଣିବାକୁ ସେମାନଙ୍କୁ ପଠାଇଥିବା ଅବଧେଶ ଅଗ୍ରୱାଲ ଆଗ୍ରାର ବାସିନ୍ଦା ଏବଂ ତାଙ୍କର ସୁନା ବ୍ୟବସାୟ ରହିଛି ବୋଲି ପୋଲିସ ଅ।ଗରେ ଅଟକ ଥିବା ୪ ଜଣ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ