Connect with us

ଅପରାଧ

ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କଲା ପୁଲିସ

ସାଙ୍କେତିକ

ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର ଘଟଣା
ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କଲା ପୁଲିସ
ମିଳିଲା ବାପା ମାଙ୍କ ପରିଚୟ, ପ୍ରମାଣ ଅଭାବରୁ ଝିଅକୁ ନେବାକୁ ନାକେଦମ ହେଲେ ବାପା-ମା, ନାବାଳିକାକୁ ମିଳିଥିବା ସହାୟତା ଟଙ୍କା ଓ ପୋଷାକକୁ ମେଡ଼ିକାଲ କର୍ମଚାରୀଙ୍କ ହଡ଼ପ
କୋରାଇ, ୨୦ ଫେବୃଆରୀ- ଗତକାଲି ଗୁରୁତର ଅବସ୍ଥାରେ ଜଣେ ଅପରିଚିତ ନାବାଳିକାକୁ ଉଦ୍ଧାର କରି କୋରେଇ ପୁଲିସ୍ ଚିକିତ୍ସା କରାଇଥିବା ବେଳେ ଆଜି ସକାଳୁ ନାବାଳିକାର ପରିଚୟ ମିଳିଛି । ପୁଲିସ୍ ଏନେଇ ଜିଲ୍ଲା ଶିଶୁ ମଙ୍ଗଳ କିମିଟିକୁ ଖବର ଦେଇଥିଲା । ଶିଶୁ ମଙ୍ଗଳ କମିଟିର ଅଧିକାରୀ ରୀତା ବେହେରା, ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଦେବତା ଓ ଏଡିଇଓ ସେକ୍ ତସ୍ଲିମ ମହମ୍ମଦ ପ୍ରମୁଖ ପହଁଚି ନାବାଳିକାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଇଛନ୍ତି ।

ଉଦ୍ଧାର ନାବାଳିକା ଜଣକ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର କୃଷ୍ନ ବେହେରାଙ୍କ ଝିଅ ବୋଲି ଜଣାପଡିଛି । କୃଷ୍ନ ବେହେରା ଓ ଶାନ୍ତିରା ବେହେରା ବର୍ଷକ ତଳେ ରୋଜଗାର ଅନ୍ୱେଷଣରେ ପାଣିକୋଇଲି ଠାରେ ଅସ୍ଥାୟୀ ଭାବେ ରହି ଆସୁଥିଲେ । ଦୁଇଦିନ ତଳେ ବାପା ମା’ ପାଇଟି କରିବାରୁ ବାହାରକୁ ଯାଇଥିବା ବେଳେ ଘରେ ଥିବା ଏକମାତ୍ର ଝିଅ କୌଶଲ୍ୟା ରୋଷେଇ ଚୁଲିରେ ବାଣ ଫୁଟାଉଥିବା ବେଳେ ହାତ ପୋଡ଼ି ଯାଇଥିଲା । ‘ଳରେ କୃଷ୍ନ ଝିଅକୁ ଘରୋଇ ଚିକିତ୍ସା କରାଇଥିଲେ । ହଲେ ପରଦିନ ଘରେ କେହି ନଥିବା ବେଳେ ପୋଡ଼ାଜଳା ହେବାରୁ କୌଶଲ୍ୟା କାନ୍ଦିକାନ୍ଦି ଘରୁ ବାହରକୁ ଚାଲିଯାଇଥିଲା । ଚାଲିଚାଲି କୋରେଇ ବ୍ଲକ୍ ସାଦକପୁର ପଂଚାୟତ ଶଙ୍ଖପାରି ଗ୍ରାମରେ ପହଂଚିଥିଲା । ସେଠାରେ ସଂଧ୍ୟାରେ ଜଣେ ଟ୍ରାକ୍ଟର ଚାଳକ କୌଶଲ୍ୟାକୁ ଦେଖି କୋରେଇ ପୁଲିସ୍କୁ ଖବର ଦେଇଥିଲା । କୋରେଇ ପୁଲିସ୍ କୌଶଲ୍ୟାକୁ ଦେଖି କୋରେଇ ମେଡ଼ିକାଲ୍ରେ ପ୍ରାଥମିକ ଚିକିତ୍ସା କରାଇଥିଲା । ପରଦିନ ସକାଳୁ ଝିଅଠାରୁ ପରିଚୟ ପାଇ ବାପା କୃଷ୍ଣକୁ ଠାବ କରି ପୁଲିସ୍ ଖବର ଦେଇଥିଲା ।

ଖବର ପାଇ ଆଜି ସକାଳୁ ବାପା କୃଷ୍ନ ଓ ମା’ ଶାନ୍ତିରା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ପହଁଚି ଝିଅକୁ ଆଣିବାକୁ ଚାହିଁଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣପତ୍ର ଅଭାବରୁ କୌଶଲ୍ୟାକୁ ଶିଶୁ ମଙ୍ଗଳ କମିଟିର ଅଧିକାରୀମାନେ ଛାଡିନଥିଲେ । ‘ଳରେ ବାପା କୃଷ୍ନ ଓ ମା ଶନ୍ତିରାଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ପରେ କୃଷ୍ନ କୌଶଲ୍ୟାର ଆଧାରକାର୍ଡ ନେଇ ଦେଖାଇବା ପରେ ସଂଧ୍ୟାରେ ଅଧିକାରୀମାନେ କୌଶଲ୍ୟାକୁ ହସ୍ତାନ୍ତର କରିଥିଲେ । ତେବେ ଗତକାଲି ଶିଶୁ ମଙ୍ଗଳ କମିଟିରୁ କୌଶଲ୍ୟାକୁ ବିଭାଗ ପକ୍ଷରୁ ବାଟଖର୍ଚ୍ଚ ବାବଦକୁ ମିଳଇଥିବା ନଗଦ ଟଙ୍କା ଓ ପୋଷାକପତ୍ରକୁ ମେଡ଼ିକାଲ୍ର କର୍ମଚାରୀମାନେ ଦେଇନଥିବା ବାପା କୃଷ୍ନ ଅଭିଯୋଗ କରିଛନ୍ତି । ଏନେଇ ଅଧ୍ୟକ୍ଷ ଶ୍ରୀ ଦେବତାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ