Connect with us

ଦେଶ

ଚେନଵ ନଦୀକୁ ଖସିପଡିଲା ବସ୍ : ୧୧ ମୃତ

ଚେନଵ ନଦୀକୁ ଖସିପଡିଲା ବସ୍ : ୧୧ ମୃତ
କିସ୍ତୱାର, ୨୧ା୮ : ଦେବୀ ଦର୍ଶନ ସାରି ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ଭିତରକୁ ଗଳିପଡିବା ଫଳରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ କେବଳ ଶିଶୁର ଜୀବନ ରକ୍ଷା ହୋଇଯାଇଛି । ତାକୁ ଆହତ ଅବସ୍ଥାରେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଜାମ୍ମୁ-କାଶ୍ମୀରର କିସ୍ତୱାରଠାରୁ ୨୮ କିଲୋମିଟର ଦୂରରେ ମଚେଲ୍ ମାତା ମନ୍ଦିରରୁ ଫେରୁଥିବା ସମୟରେ ବସଟି ଚେନାବ ନଦୀରେ ଖସି ପଡିବାରୁ ସେଥିରେ ଥିବା ୧୧ଜଣ ଯାତ୍ରୀ ମୃତ୍ୟୁମୁଖରେ ପଡିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବସରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ୫ ବର୍ଷର ଶିଶୁର ଜୀବନ ରକ୍ଷା ହୋଇଛି । ଜାମ୍ମୁ-କାଶ୍ମୀର ପୋଲିସ ଡିଜିଙ୍କ ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନେ ମନ୍ଦିରରେ ଦର୍ଶନ ସାରି ବସ୍ ଯୋଗେ ଫେରୁଥିବା ବେଳେ ବସଟି ଭାରସାମ୍ୟ ହରାଇ ଚେନାବ ନଦୀ ଭିତରକୁ ଖସି ପଡିଥିଲା । ଦୁର୍ଘଟଣା ସ୍ଥଳରୁ ୧୧ଜଣଙ୍କ ମୃତଦେହ ମିଳିଥିବା ବେଳେ ଗୋଟିଏ ଶିଶୁକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଶିଶୁଟିକୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସେ ଅଞ୍ଚଳର ଦ୍ୱିତୀୟ ଦୁର୍ଘଟଣା । ସୋମବାର ଭୁସ୍ଖଳନ ଫଳରେ ଗୋଟିଏ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ