Connect with us

ଦେଶ

ସିଗାରେଟ୍ ପ୍ୟାକେଟରେ ରହିବ ହେଲ୍ପଲାଇନ୍ ନମ୍ବର

ସିଗାରେଟ୍ ପ୍ୟାକେଟରେ ରହିବ ହେଲ୍ପଲାଇନ୍ ନମ୍ବର
ନୂଆଦିଲ୍ଲୀ, ୨୧ା୮ : ସିଗାରେଟ୍ ଓ ତମାଖୁ ପ୍ୟାକେଟ୍ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ସତର୍କ ସୂଚନା ସମ୍ବଳିତ ପ୍ରତୀକାତ୍ମକ ଚିତ୍ର ଜାରି କରିଛନ୍ତି । ଏଥିରେ ଟୋଲ୍ ଫ୍ରି ସହାୟତା ନଂ ଉଲ୍ଲେଖ ରହିବ । ଆସନ୍ତା ୧ ତାରିଖରୁ ଏହାକୁ ବାଧ୍ୟତାମୂଳକ କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ସିଗାରେଟ୍ ଓ ତମାଖୁ ଖୋଳ ଉପରେ ନାଲି ପ୍ରଚ୍ଛଦପଟ୍ଟରେ ଧଳା ରଙ୍ଗରେ ‘ଟବାକୋ କଜେସ୍ କ୍ୟାନ୍ସର (ତମାଖୁ କର୍କଟର କାରଣ)’, ‘ଟବାକୋ କଜେସ୍ ପେନ୍ଫୁଲ୍ ଡେଥ (ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଁ ତମାଖୁ ହିଁ ଦାୟୀ)’ ବୋଲି ଉଲ୍ଲେଖ ରହିବ ।

ଏଥିସହିତ କଳା ପ୍ରଚ୍ଛଦପଟ୍ଟରେ ଧଳାରେ ‘କ୍ୱିଟ୍ ଟୁ ଡେ (ଆଜି ହିଁ ଛାଡନ୍ତୁ’ ୧୮୦୦-୧୧-୨୩୫୬’ ବୋଲି ଉଲ୍ଲେଖ ରହିବ । ସିଗାରେଟ୍ ଅଭ୍ୟାସ ଛାଡିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ଟୋଲ୍ ଫ୍ରି ନଂ ବ୍ୟବହାର କରି ଆବଶ୍ୟକ ପରାମର୍ଶ ନେଇପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦୁଇ ପ୍ରକାର ସଚ୍ଚିତ୍ର ସତର୍କ ସୂଚନା ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ