Connect with us

ଦେଶ

ଇଞ୍ଜିନ୍‌ରେ ନିଅାଁ ଲାଗିଥିବା ସନ୍ଦେହରେ ଜରୁରୀ ଅବତରଣ କଲା ବିମାନ

ସାଙ୍କେତିକ ଚିତ୍ର

ଇଞ୍ଜିନ୍‌ରେ ନିଅାଁ ଲାଗିଥିବା ସନ୍ଦେହରେ ଜରୁରୀ ଅବତରଣ କଲା ବିମାନ
କୋଲ୍‌କାତା:- ୭୬ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାରକଙ୍କୁ ନେଇ କୋଲ୍‌କାତାରୁ ଗୌହାଟୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରିବାର ଅଧଘଣ୍ଟା ପରେ ପାଇଲଟଙ୍କୁ ଅନୁଭବ ହେଲାଯେ ଯେମିତି ବିମାନରେ ନିଆଁ ଲାଗିଯାଇଛି ତେଣୁ ଜରୁରୀ ଅବତରଣ କରିଥିଲା । ବିମାନ ପ୍ରାଧିକରଣ କର୍ତ୍ତୃପକ୍ଷ ନିଅାଁ ଲିଭାଇବା ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିବା ନିମନ୍ତେ ଅବତରଣ ସ୍ଥଳରେ ଦମକଳ ଓ ଆମ୍ବୁଲାନ୍‌ସ୍‌ ପ୍ରସ୍ତୁତ କରି ରଖିଥିଲେ । କିନ୍ତୁ ବିମାନଟି ଅବତରଣ କରିବା ପରେ ସେଥିରେ ନିଅାଁର ଚିହ୍ନବର୍ଣ୍ଣ ନ ଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ, ୬ଇ୫୭୩ ନଂ ବିଶିଷ୍ଟ ଇଣ୍ଡିଗୋ ବିମାନ କୋଲ୍‌କାତା ବିମାନ ବନ୍ଦରରୁ ସନ୍ଧ୍ୟା ସାଢ଼େ ଆଠଟାରେ ଗୌହାଟୀ ଅଭିମୁଖେ ନିମନ୍ତେ ଉଡ଼ାଣ ଆରମ୍ଭ କଲା । ଏହା ନିର୍ଧାରିତ ସମୟ ୧ ଘଣ୍ଟା ୧୫ ମିନିଟ୍‌ ଯାତ୍ରାକରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଥିଲା । କିନ୍ତୁ ଉଡ଼ାଣର ପନ୍ଦର ମିନିଟ ପରେ କ୍ୟାପ୍‌ଟେନ୍‌ କକ୍‌ପିଟ୍‌ରେ ସତର୍କ ସୂଚନା ଦେଉଥିବା ଲାଇଟ୍‌ ଜଳୁଥିବା ଦେଖିଲେ । ବିମାନରେ ନିଅାଁ ଲାଗିଲେ ହିଁ ଏଭଳି ଲାଇଟ୍‌ ଜଳିଥାଏ । ତୁରନ୍ତ ସେ ଏଟିସିଙ୍କ ସହ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇବା ପରେ ବିମାନଟିକୁ ଫେରାଇ ନିଆଯାଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ଅବତରଣ କରିବାପରେ ତୁରନ୍ତ ଇଞ୍ଜିନିୟର୍‌ମାନେ ବିମାନଟିକୁ ଯାଞ୍ଚ କରି ଦେଖିଲେ ସେଥିରେ ନିଅାଁ ଲାଗି ନାହିଁ । ତେଣୁ କୌଣସି ବୈଷୟିକ ଅସୁବିଧା ହେତୁ ଫଲ୍‌ସ୍‌ ଓ୍ଵାର୍ଣ୍ଣିଙ୍ଗ୍‌ ହୋଇଥାଇ ପାରେ ବୋଲି ଏୟାର୍‌ଲାଇନ୍‌ ସୂତ୍ରରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ