Connect with us

ଦେଶ

ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ

ସାଙ୍କେତିକ ଚିତ୍ର

ରାୟପୁର :- ଛତିଶଗଡରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାରର ଶେଷ ଦିନ । ଉଭୟ ବିଜେପି ଏବଂ କଂଗ୍ରେସ ନିଜ ପ୍ରଚାର ଅଭିଯାନକୁ ଶେଷଦିନରେ ଜୋରଦାର କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତି କରି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ପାନାମା କେସରେ ରମଣ ସିଂଙ୍କ ପୁତ୍ରଙ୍କ ନାମ ଥିବାନେଇ ସମାଲୋଚନା କରିଛନ୍ତି । ସେ କାଙ୍କେର ଠାରେ ଆୟୋଜିତ ନିର୍ବାଚନୀ ରାଲି ରେ କହିଛନ୍ତି କି, ଯେଉଁ ମାମଲାରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ଶରିଫ ଜେଲ ଯାଇଛନ୍ତି, ସେହି ମାମଲାରେ ରମଣଙ୍କ ପୁତ୍ରଙ୍କ ନାମ ଆସିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତାଙ୍କ ପୁତ୍ରଙ୍କୁ ନିର୍ଦ୍ଦୋଶ ଭାବେ ଦର୍ଶାଯାଉଛି । ଏଥିରୁ ପ୍ରମାଣିତ ହେଉଛି କି ଛତିଶଗଡ ମୁଖ୍ୟମନ୍ତ୍ରୀ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି । ଏହା ପରେ ରାହୁଲ ରାଫେଲ ମାମଲାରେ କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଏହା ସହ ରାହୁଲ କୃଷକମାନଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଋଣଛାଡ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ