Connect with us

ଦେଶ

ଆନ୍ନା ହଜାରେ ପୁଣି ନିଜ ପ୍ରତିଶୃତିରୁ ଓହରିଲେ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ:- ସମାଜସେବୀ ଆନ୍ନା ହଜାରେ ପୁଣି ନିଜ ପ୍ରତିଶୃତିରୁ ଓହରି ଯାଇଛନ୍ତି । ପୂର୍ବ ଘୋଷଣା ଅନୁଯାଇ ମୋଦି ସରକାରଙ୍କ ବିରୋଧରେ କରିବାକୁ ଥିବା ଆମରଣ ଅନଶନରୁ ଓହରି ଯାଇଛନ୍ତି । ଲୋକପାଳ ବିଲ୍‌ ଓ କୃଷକମାନଙ୍କ ସମସ୍ୟାକୁ ନେଇ ମଙ୍ଗଳବାରଠାରୁ ଆନ୍ନା ଅନଶନରେ ବସିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଗତ ୪ ବର୍ଷ ହେବ ସରକାର କେବଳ ଲମ୍ବାଚୌଡ଼ା ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ଲୋକପାଳ ଏବଂ ଲୋକାୟୁକ୍ତ ନିଯୁକ୍ତ କରିପରି ନାହାନ୍ତି ।ମହାରାଷ୍ଟ୍ରର ମନ୍ତ୍ରୀ ଗିରିଶ ମହାଜନଙ୍କ ସହ କଥା ହେବା ପରେ ସେ କୌଣସି ଅଦୃଶ୍ୟ କାରଣରୁ ଅନଶନରୁ ଓହରି ଯାଇଥିବା ଜଣାପଡିଛି । ଏଥିପାଇଁ ସେ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ଆରମ୍ଭ ହେଲେଣି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ