Connect with us

ଦେଶ

ଟିଏମସି କର୍ମୀଙ୍କ ଗୁଣ୍ଡାଗିରି

ସାଙ୍କେତିକ ଚିତ୍ର

ଟିଏମସି କର୍ମୀଙ୍କ ଗୁଣ୍ଡାଗିରି
ବିଜେପି ମହିଳା କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲେ
କୋଲକାତା,୧ା୧୦ : ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କ ଆଉ ଏକ ଗୁଣ୍ଡାଗିରି ଘଟଣା ପଦାକୁ ଆସିଛି । ସେମାନେ ବିଜେପିର ଜଣେ ମହିଳା କର୍ମୀଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରୁଥିବାର ଦୁଇଟି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଟିଏମସି କର୍ମୀମାନେ ପ୍ରଥମେ ପୋଲିସ ଆଗରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ପରେ ଏକ ନ୍ୟୁଜ୍ ଚ୍ୟାନେଲର ରିପୋର୍ଟରଙ୍କ ଆଗରେ ମହିଳାଙ୍କୁ ଏକ ବାଡିରେ ପିଟିଥିଲେ । ମହିଳାଙ୍କୁ ତଳେ ପକାଇ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଟିଏମସି ଗୁଣ୍ଡାରାଜକୁ ନିନ୍ଦା କରାଯାଉଛି । ଉଭୟ ଭିଡିଓରେ ଟିଏମସିରେ ଅଲଗା ଅଲଗା କର୍ମୀ ମହିଳାଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ ସେପ୍ଟେମ୍ବର ୨୬ରେ ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଥିଲା । ଏଥିପାଇଁ କୋଲକାତାରୁ ପାଖାପାଖି ୪୦ କିଲୋମିଟର ଦୂର ବାରାସାତରେ ବିଜେପି ପକ୍ଷରୁ ଶୋଭଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରାରେ ବିଜେପିର ମହିଳା କର୍ମୀମାନେ ମଧ୍ୟ ଭାଗ ନେଇଥିଲେ । ହଠାତ୍ ସ୍ଥାନୀୟ ପଞ୍ଚାୟତ ମୁଖ୍ୟ ତଥା ଟିଏମସି ନେତା ଅରଶଦ ଜମାନଙ୍କ ନେତୃତ୍ୱରେ ଟିଏମସି କର୍ମୀମାନେ ସେଠାରେ ପହଂଚି ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ବିଜେପି ମହିଳା କର୍ମୀ ନୀଳୀମା ଦେ’ ସରକାରଙ୍କୁ ଟିଏମସି କର୍ମୀମାନେ ପୋଲିସ ଆଗରେ ତଳେ ପକାଇ ପିଟିଥିଲେ ।

କିଛି ସମୟ ପରେ ଜଣେ ରିପୋର୍ଟର ସେଠାରେ ପହଂଚି ନୀଳୀମାଙ୍କୁ ଘଟଣା ସମ୍ପର୍କରେ ପଚାରୁଥିବା ବେଳେ ଆଉଜଣେ ଟିଏମସି କର୍ମୀ ସେଠାକୁ ଦୌଡି ଯାଇ ନୀଳୀମାନଙ୍କୁ ଏକ ବାଡିରେ ପିଟିଥିଲେ । ଏହିସବୁ ଘଟଣାର ଦୃଶ୍ୟ କ୍ୟାମେରାରେ ବନ୍ଦ ହୋଇଯାଇଥିଲା । ଭିଡିଓ ଭାଇରାଲ ହେବା ପରେ ଟିଏମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଟିଏମସି ନେତାମାନେ ଏହାକୁ ଏକ ସାଧାରଣ ଘଟଣା କହି ଏଡାଇ ଯାଉଥିବା ଶୁଣିବାକୁ ମିଳୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ