Connect with us

ବିଦେଶ

ଆତ୍ମଘାତୀ ବିସ୍ଫୋରଣରେ ୧୩ ମୃତ

ସାଙ୍କେତିକ ଚିତ୍ର

ଆତ୍ମଘାତୀ ବିସ୍ଫୋରଣରେ ୧୩ ମୃତ
କାବୁଲ,୨ା୧୦ : ଆଫଗାନିସ୍ତାନରେ ପୂର୍ବ ନାଙ୍ଗାରହାର ପ୍ରଦେଶରେ ମଙ୍ଗଳବାର ଏକ ନିର୍ବାଚନୀ ରାଲିରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆଫଗାନିସ୍ତାନ ପ୍ରଦେଶ ଗଭର୍ଣ୍ଣର ମୁଖପାତ୍ର ଆତାଉଲ୍ଲଶ ଖୋଜ୍ଞାନୀଙ୍କ କହିବା ଅନୁସାରେ କେତେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

ସୂଚନା ଅନୁସାରେ ନାଙ୍ଗାରହାର ପ୍ରଦେଶର କାମା ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରେ ଏକ ନିର୍ବାଚନୀ ରାଲି ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ ଏକାଠି ହୋଇଥିବା ବେଳେ ଜଣେ ଆତ୍ମଘାତୀ ସେଠାରେ ନିଜକୁ ବୋମାରେ ଉଡାଇ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନରେ ଆସନ୍ତା ୨୦ରେ ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର, ରାଲି ଓ ସଭା କରାଯାଉଛି । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ