Connect with us

ଦେଶ

ଆତଙ୍କବାଦୀଙ୍କ ଗୁଳିରେ ଜାମୁ କାଶ୍ମୀର ବିଜେପି ଶାଖାର ସମ୍ପାଦକ ଅନିଲ ପରିହାର ଓ ତାଙ୍କ ଭାଇଙ୍କ ମୃତ୍ୟୁ

FACEBOOK

ଆତଙ୍କବାଦୀଙ୍କ ଗୁଳିରେ ଜାମୁ କାଶ୍ମୀର ବିଜେପି ଶାଖାର ସମ୍ପାଦକ ଅନିଲ ପରିହାର ଓ ତାଙ୍କ ଭାଇଙ୍କ ମୃତ୍ୟୁ

ଶ୍ରୀନଗର :-ଜାମ୍ମୁ କାଶ୍ମୀରର କିଷ୍ଟବଡା ଅଂଚଳରେ ଆତଙ୍କବାଦୀଙ୍କ ଗୁଳିରେ ସ୍ଥାନୀୟ ବିଜେପି ନେତା ଅନିଲ ପରିହାର ଓ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି । ସେମାନେ ଯେତେବେଳେ ଦୋକାନରୁ ଘରକୁ ଫେରୁଥିଲେ ସେତିକିବେଳେ ଆତଙ୍କୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଅନିଲ ପରିହାରଙ୍କ ଫେରିବା ରାସ୍ତାରେ ଲୁଚି ଥିଲେ , ସେ ଓ ତାଙ୍କ ଭାଇ ଯେତେବେଳେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ଲୁଚିଥିବା ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ପରେ ଦୁଇଭାଇଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଆଈନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସେଠାରେ କର୍ଫ୍ୟୁ ଲଗାଇଦିଅ ଯାଇଛି । ସ୍ୱର୍ଗତ ଅନିଲ ପରିହାର ଜାମୁ କାଶ୍ମୀର ରାଜ୍ୟ ବିଜେପି ଶାଖାର ସମ୍ପାଦକ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ