Connect with us

ଅପରାଧ

ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ନିଲମ୍ବିତ

ସାଙ୍କେତିକ

ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ନିଲମ୍ବିତ
ଭୁବନେଶ୍ୱର,୩୦ ଡିସେମ୍ବର – ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିବା ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।
ସୋମବାର ଦିନ ୧ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏକ ବିଲ୍ ପାସ୍ କରିବା ପାଇଁ ସେ ଲାଂଚ ନେଉଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ୨୦୦୯ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ବର୍ତମାନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।
ଏହାପରେ ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଉକ୍ତ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ସ୍ୱଚ୍ଛତା ହେଉଛି ଏହି ସରକାରର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦୁର୍ନୀତିରେ ସାମିଲ ଥିବା କାହାରିକୁ ଛଡାଯିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ