Connect with us

ଓଡିଶା

ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଅଧ୍ୟାଦେଶ ଆଣନ୍ତୁ: ଜେଡିୟୁ

ସାଙ୍କେତିକ

ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଅଧ୍ୟାଦେଶ ଆଣନ୍ତୁ: ଜେଡିୟୁ
ଭୁବନେଶ୍ୱର,୩୦ ଡିସେମ୍ବର – ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏସପ୍ଲାନେଡ ସପିଙ୍ଗ ମଲରେ ଏକ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା । ଓଡିଶା ଡେଭଲପମେଂଟ ଆକ୍ଟ ଅନୁଯାୟୀ କୌଣସି କର୍ମସିଆଲ କଂପ୍ଲେକ୍ସରେ ନିଜସ୍ୱ ପାର୍କିଙ୍ଗ ବ୍ୟବସ୍ଥା ନଥିଲେ ଅଟ୍ଟାଳିକା ନିର୍ମାଣ କରିବାର ଅନୁମତି ମିଳେନାହିଁ ।

ଅନ୍ୟପଟେ ପାର୍କିଙ୍ଗ ଫି ଆଦାୟ ବନ୍ଦ କରିବା ନେଇ ବିଡିଏ ଏକ ନିର୍ଦ୍ଦେଶାନାମା ଜାରି କଲା ପରେ ମଧ୍ୟ ଏସପ୍ଲାନେଡ ମଲ ପାର୍କିଙ୍ଗ ଫି ଆଦାୟ କରି ଚାଲିଛି । ବେଆଇନ ପାର୍କିଙ୍ଗ ଉପରେ ବିଡିଏ ଅଂକୁଶ ଲାଗଇବା ସହ ଆକ୍ରମଣ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଜେଡିୟୁ ରାଜ୍ୟ ସାଧାରଣ ସଂପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟ ଦାବି କରିଛନ୍ତି ।
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଅଧ୍ୟାଦେଶ ଆଣିବା ସହ ଆଗାମୀ ବିଧାନସଭାରେ ଏହାକୁ ନିୟମରେ ପରିଣତ କରନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା